Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

କଟକ: ମର୍କତନଗର ଥାନା କାଠଯୋଡ଼ି ବିହାର ବସ୍ତିରେ ଦୁଷ୍ଟାମୀ ପାଇଁ ୬ ବର୍ଷର ଝିଅକୁ ଚେଙ୍କ ଦେଲା ମା’

ରାଜ୍ୟରେ ଆଉ ୧୦୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ଭାରତରେ ୪ ହଜାର ଟପିଲା ମୃତ୍ୟୁ ସଂଖ୍ୟା

ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଇଦ ଶୁଭେଚ୍ଛା

କାମାକ୍ଷାନଗର: ଭୁଜାଲି ଦେଖାଇ ୩ ଲକ୍ଷ ଲୁଟ

ଶୀଘ୍ର ଚାଲିବ ‘ମୋ ବସ’, କେଉଁ ରୁଟରେ କେତେ ବସ ଚାଲିବ ମଙ୍ଗଳବାର ନିଷ୍ପତ୍ତି

banner

ଅର୍ଥନୀତି

ମୁଖ୍ୟ ଖବର

    ୟେସ୍ ବ୍ୟାଙ୍କରୁ ହଟିଲା କଟକଣା, ମିଳିଲା ସବୁ ସେବା

    Share on :
    ajab-Image
    Date: Mar 19, 2020    Views: 2635

    ମୁମ୍ବାଇ: ୟେସ୍ ବ୍ୟାଙ୍କ ଉପରେ ଲଗାଯାଇଥିବା କଟକଣାକୁ ଭାରତୀୟ ରିଜର୍ଭ ବ୍ୟାଙ୍କ ପ୍ରତ୍ୟାହାର କରିନେଇଛି । ବ୍ୟାଙ୍କର ସମସ୍ତ ସେବାକୁ ସକି୍ରୟ କରାଯାଇଛି । ଗ୍ରାହକମାନେ ୟେସ୍ ବ୍ୟାଙ୍କରେ ସବୁ ପ୍ରକାର ସେବା ପାଇପାରିବେ । ବ୍ୟାଙ୍କ ଖୋଲିବା ପରେ ଗ୍ରାହକମାନେ ବିପୁଳ ପରିମାଣର ଟଙ୍କା ଉଠାଇପାରନ୍ତି ବୋଲି ଅନୁମାନ କରାଯାଉଛି ସେଥିପାଇଁ ବ୍ୟାଙ୍କ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା କହିଛି । ଉଠାଣରେ ହେବାକୁ ଥିବା ହଠାତ୍ ବୃଦ୍ଧିର ମୁକାବିଲା କରିବା ଲାଗି ୟେସ୍ ବ୍ୟାଙ୍କ ୩୦ ହଜାର କୋଟି ଟଙ୍କା ରହିଛି । ବ୍ୟାଙ୍କିଙ୍ଗ ସେବା ସ୍ୱାଭାବିକ ହୋଇଥିବା ବିଷୟରେ ୟେସ୍ ବ୍ୟାଙ୍କ ତରଫରୁ ଟୁଇଟ କରି ଅବଗତ କରାଯାଇଛି । ୟେସ୍ ବ୍ୟାଙ୍କ ଶାଖା ଗୁଡ଼ିକ ଚଳିତ ମାସ ୧୯-୨୧ ପର୍ଯ୍ୟନ୍ତ ଏକ ଘଣ୍ଟା ପୂର୍ବରୁ ଅର୍ଥା ସକାଳ ସାଖେ ୮ଟାରୁ ଖୋଲିବ । ମାର୍ଚ୍ଚ ୨୭ ତାରିଖ ପର୍ଯ୍ୟନ୍ତ ବରିଷ୍ଠ ନାଗରିକଙ୍କ ପାଇଁ ଶାଖାରେ କାରବାର ସମୟ ଅପରାହ୍ନ ୫ଟା ୩୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଘୋର ଆର୍ଥିକ ସଙ୍କଟରେ ପଡ଼ି ଯାଇଥିବା ୟେସ୍ ବ୍ୟାଙ୍କ ଉପରେ ଚଳିତ ମାସ ୫ ତାରିଖରେ ୩୦ ଦିନ ପାଇଁ କଟକଣା ଲଗାଯାଇଥିଲା । ଏହି ସମୟ ସୀମା ଶେଷ ହେବା ପୂର୍ବରୁ କଟକଣାକୁ ହଟାଇ ନିଆଯାଇଛି । କଟକଣା ସମୟରେ ଗ୍ରାହକମାନେ ସର୍ବାଧିକ ୫୦ ହଜାର ଟଙ୍କା ଉଠାଇପାରିବେ ବୋଲି ଘୋଷଣା କରାଯାଇଥିଲା । କିନ୍ତୁ ଗ୍ରାହକମାନେ ଯେତେ ଟଙ୍କା ଦରକାର ତାହା ଉଠାଇପାରିବେ । ୟେସ୍ ବ୍ୟାଙ୍କକୁ ଉଦ୍ଧାର କରିବା ଲାଗି ଭାରତୀୟ ଷ୍ଟେଟ ବ୍ୟାଙ୍କ, କୋଟାକ ମହିନ୍ଦ୍ରା ବ୍ୟାଙ୍କ, ଏଚଡିଏଫସି ବ୍ୟାଙ୍କ, ଆକ୍ସିସ ବ୍ୟାଙ୍କ ଆଦି ହାତ ମିଳାଇଛନ୍ତି । ବ୍ୟାଙ୍କର ପୁନର୍ଗଠନ ପରେ ବର୍ତ୍ତମାନ ପ୍ରଶାସକ ଦାୟିତ୍ୱ ଦୁଲାଉଥିବା ପ୍ରଶାନ୍ତ କୁମାର ପରିଚାଳନା ନିଦେ୍ର୍ଧଶକ ଓ ସିଇଓ ଭାବେ କାର୍ଯ୍ୟ କରିବେ ।

    Maximum 500 characters

    ଅର୍ଥନୀତି View all

    Find Us on Facebook