Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ଆସନ୍ତାକାଲିଠାରୁ ମାଟ୍ରିକ୍ ଖାତା ଦେଖା

ଖୋର୍ଦ୍ଧା: ହାତୀ ଆକ୍ରମଣରେ ୩ ଭାଇ ଆହତ, ୨ ଗୁରୁତର

କଟକ: ମର୍କତନଗର ଥାନା କାଠଯୋଡ଼ି ବିହାର ବସ୍ତିରେ ଦୁଷ୍ଟାମୀ ପାଇଁ ୬ ବର୍ଷର ଝିଅକୁ ଚେଙ୍କ ଦେଲା ମା’

ରାଜ୍ୟରେ ଆଉ ୧୦୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ଭାରତରେ ୪ ହଜାର ଟପିଲା ମୃତ୍ୟୁ ସଂଖ୍ୟା

ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଇଦ ଶୁଭେଚ୍ଛା

କାମାକ୍ଷାନଗର: ଭୁଜାଲି ଦେଖାଇ ୩ ଲକ୍ଷ ଲୁଟ

ଶୀଘ୍ର ଚାଲିବ ‘ମୋ ବସ’, କେଉଁ ରୁଟରେ କେତେ ବସ ଚାଲିବ ମଙ୍ଗଳବାର ନିଷ୍ପତ୍ତି

banner

ଅର୍ଥନୀତି

ମୁଖ୍ୟ ଖବର

    ୧୮ରେ ହଟିବ ୟେସ୍ ବ୍ୟାଙ୍କ କଟକଣା

    Share on :
    ajab-Image
    Date: Mar 15, 2020    Views: 2530

    ନୂଆଦିଲ୍ଲୀ: ୟେସ୍ ବ୍ୟାଙ୍କ ଉପରେ ରିଜର୍ଭ ବ୍ୟାଙ୍କ ଲଗାଇଥିବା କଟକଣା ଆସନ୍ତା ୧୮ ତାରିଖରେ ଉଠିଯିବ । ରିଜର୍ଭ ବ୍ୟାଙ୍କ ଦ୍ୱାରା ପ୍ରସ୍ତୁତ ପୁନରୁଦ୍ଧାର ଯୋଜନା ସମ୍ପର୍କରେ କେନ୍ଦ୍ର ସରକାର ଶୁକ୍ରବାର ବିଜ୍ଞପ୍ତି ଜାରି କରିଛନ୍ତି । ବିଜ୍ଞପ୍ତି ଜାରି ହେବାର ୩ଟି କାର୍ଯ୍ୟ ଦିବସ ପରେ ଟଙ୍କା ଉଠାଣ କଟକଣା ହଟିବ । ସେହି ଅନୁସାରେ ବ୍ୟାଙ୍କ ଉପରେ ଲାଗିଥିବା ଟଙ୍କା ଉଠାଣ କଟକଣା ୧୮ ତାରିଖ ବୁଧବାର ସଂଧ୍ୟା ୬ଟାରେ ଉଠିଯିବ । ଏଥିସହିତ ବ୍ୟାଙ୍କର ନୂଆ ବୋର୍ଡ ୭ ଦିନ ମଧ୍ୟରେ ଗଠନ ହେବ ।

    ଗତ ୫ ତାରିଖରେ ରିଜର୍ଭ ବ୍ୟାଙ୍କ ୟେସ୍ ବ୍ୟାଙ୍କର ବୋର୍ଡକୁ ଭାଙ୍ଗିବା ସହିତ ନିଜ ଅଧୀନକୁ ନେଇଥିଲେ । ଏଥିସହିତ ଏପି୍ରଲ ୩ ତାରିଖ ପର୍ଯ୍ୟନ୍ତ ବ୍ୟାଙ୍କର କୌଣସି ଜମାକାରୀ ୫୦ ହଜାର ଟଙ୍କାରୁ ଅଧିକ ଉଠାଇ ପାରିବେ ନାହିଁ ବୋଲି କଟକଣା ଲଗାଇଥିଲେ । ତେବେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଶୁକ୍ରବାର ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁଯାୟୀ, ୟେସ୍ ବ୍ୟାଙ୍କର ପ୍ରଶାସକ ଭାବେ ନିଯୁକ୍ତି ପାଇଥିବା ଭାରତୀୟ ଷ୍ଟେଟ ବ୍ୟାଙ୍କର ପୂର୍ବତନ ସିଏଫଓ ତଥା ଡେପୁଟି ଏମଡି ପ୍ରଶାନ୍ତ କୁମାର ବୋର୍ଡର ସିଇଓ ଭାବେ କାର୍ଯ୍ୟ କରିବେ । ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ସିଏମଡି ସୁନୀଲ ମେହେଟ୍ଟା ୟେସ୍ ବ୍ୟାଙ୍କର ଅଣକାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଭାବେ କାମ କରିବେ । ଏଥି ସହିତ ମହେଶ କୃଷ୍ଣମୂର୍ତ୍ତି ଏବଂ ଅତୁଲ ଭେଡା ଅଣ କାର୍ଯ୍ୟନିର୍ବାହୀ ନିଦେ୍ର୍ଧଶକ ରହିବେ । ଭାରତୀୟ ଷ୍ଟେଟ ବ୍ୟାଙ୍କ ଆଉ ଦୁଇ ଜଣଙ୍କୁ ନିଦେ୍ର୍ଧଶକ ଭାବେ ମନୋନୀତ କରିବାକୁ ଥିବା ବେଳେ ରିଜର୍ଭ ବ୍ୟାଙ୍କ ମଧ୍ୟ ଜଣେ ଅତିରିକ୍ତ ନିଦେ୍ର୍ଧଶକଙ୍କୁ ନିଯୁକ୍ତି ଦେଇପାରେ । ୧୫ ପ୍ରତିଶତ ଭୋଟିଂ ଅଧିକାର ଥିବା ନିବେଶକ ଜଣେ ବୋର୍ଡ ସଦସ୍ୟଙ୍କୁ ନିଯୁକ୍ତି ଦେଇପାରିବ । ନୂଆ ବୋଡର଼୍ ଅନୁଭବ ନ କରିଲେ ପୁନର୍ଗଠିତ ବ୍ୟାଙ୍କର ନିଯୁକ୍ତି ଢ଼ାଞ୍ଚା, କାର୍ଯ୍ୟାଳୟ ଏବଂ ଶାଖା ନେଟୱାର୍କରେ କୌଣସି ପରିବର୍ତ୍ତନ ଅଣାଯିବ ନାହିଁ । ଯୋଜନା ଅନୁଯାୟୀ, ବ୍ୟାଙ୍କର ଆର୍ଥିକ ଦେୟରେ କୌଣସି ପରିବର୍ତ୍ତନ ଅଣାଯିବ ନାହିଁ ।

    Maximum 500 characters

    ଅର୍ଥନୀତି View all

    Find Us on Facebook