Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ବିଶ୍ୱର ପ୍ରଥମ ମହିଳା: ୩ ଦିନରେ ୭ ମହାଦେଶ ଭ୍ରମଣ

    Share on :
    ajab-Image
    Date: Nov 20, 2020    Views: 4202

    ୟୁନାଇଟେଡ ଆରବ ଏମିରେଟସରେ ଜଣେ ମହିଳା ମାତ୍ର ୩ ଦିନରେ ସମସ୍ତ ୭ ମହାଦେଶ ଭ୍ରମଣ କରି ବିଶ୍ୱ ରେକର୍ଡରେ ସ୍ଥାନ ହାସଲ କରିଛନ୍ତି । ଡ.ଖାୱାଲା ଅଲ ରୋମେଥି ୩ ଦିନ ୧୪ ଘଣ୍ଟା ୪୬ ମିନିଟ ୪୮ ସେକେଣ୍ଡ, ଅର୍ଥାତ ୯୦ ଘଣ୍ଟାରୁ କମ ସମୟରେ ଏକାକୀ ବିଶ୍ୱ  ଭ୍ରମଣ କରିଥିବା ବିଶ୍ୱର ପ୍ରଥମ ମହିଳା ହୋଇଛନ୍ତି । ଯାତ୍ରା ସମୟରେ ରୋମେଥି ସମୁଦାୟ ୨୦୮ ଦେଶ ଓ ତତ ସଂଲଗ୍ନ ଭୂଖଣ୍ଡ ଭ୍ରମଣ କରିଥିଲେ । ଗତ ଫେବୃୟାରୀ ୧୩ ତାରିଖରେ ସିଡନି, ଅଷ୍ଟ୍ରେଲିଆଠାରେ ତାଙ୍କର ଯାତ୍ରା ଶେଷ ହୋଇଥିଲା । ଗିନିଜ ବିଶ୍ୱ ରେକର୍ଡର ଔପଚାରିକ ୱେବସାଇଟ ଅନୁସାରେ କରୋନା ଭାଇରସ ଲକଡାଉନ ଯୋଗୁଁ ତାଙ୍କ ଯାତ୍ରା ଅଧାରେ ଅଟକି ଯାଇଥିଲା । ୟୁଏଇରେ ୨୦୦ ଭିନ୍ନ ଭିନ୍ନ ଜାତିର ଲୋକେ ବାସ କରୁଛନ୍ତି । ସେମାନଙ୍କ ଦେଶ ଭ୍ରମଣ କରି ସେମାନଙ୍କ ସଂସ୍କୃତି, ପରମ୍ପରା ବିଷୟରେ ଜାଣିବାକୁ ଇଚ୍ଛା କରି ବିଶ୍ୱ ଭ୍ରମଣ ନିମନ୍ତେ ନିଷ୍ପତ୍ତି ନେଇଥିଲେ ବୋଲି ରୋମେଥି କହିଛନ୍ତି । ଲଗାତାର ବିମାନ ଭ୍ରମଣ ଯୋଗୁ ସେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥିଲେ । ସମସ୍ୟା ମଧ୍ୟରେ ବି ସବୁ କିଛିର ପ୍ରବନ୍ଧନ କରିବାକୁ ଚେଷ୍ଟା କରିଥିଲେ । ଅନେକ ଥର ଯାତ୍ରା ଅଧାରୁ ବନ୍ଦ କରିବା କଥା ତାଙ୍କ ମନକୁ ଆସିଥିଲା । କିନ୍ତୁ ବନ୍ଧୁ ଓ ପରିବାର ତରଫରୁ ନିରନ୍ତର ସାହସ ଓ ପ୍ରେରଣା ଯୋଗୁଁ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବାରେ ସେ ସଫଳ ହୋଇଥିଲେ ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook