Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ବିଶ୍ୱ ବିବାହ ଦିବସ

    Share on :
    ajab-Image
    Date: Feb 10, 2020    Views: 3654


    ଜୀବନର ପୂର୍ଣ୍ଣତା ପ୍ରାପ୍ତି ପାଇଁ ନାରୀ ଓ ପୁରୁଷଙ୍କ ମଧ୍ୟରେ ବନ୍ଧନ ଲୋଡ଼ା ବୋଲି ଶାସ୍ତ୍ର କରେ । ସେହି ପବିତ୍ର ବନ୍ଧନ ପାଇଁ ଅନୁସୃତ ବିଧାନକୁ କୁହାଯାଏ ବିବାହ । ଏହି ପବିତ୍ର ବନ୍ଧନକୁ ଅତୁଟ ରଖିବା ଉଦେ୍ଧଶ୍ୟରେ ପ୍ରତିବର୍ଷ ଫେବୃୟାରୀ ମାସର ୨ୟ ରବିବାର ପାଳିତ ହୁଏ ବିଶ୍ୱ ବିବାହ ଦିବସ । ପାଶ୍ଚାତ୍ୟ ଚଳଣିରେ ବିବାହର ଅର୍ଥ ଦାମ୍ପତ୍ୟ ବୁଝାମଣା । ମାତ୍ର ଭାରତୀୟ ସଂସ୍କୃତି ଅନୁସାରେ, ବିବାହ ଏକ ଧାର୍ମିକ ବିଧାନ । ହିନ୍ଦୁ ବିବାହ ଶାସ୍ତ୍ରରେ ପ୍ରଜାପତ୍ୟ ବିବାହକୁ ଶ୍ରେଷ୍ଠତ୍ୱ ପ୍ରଦାନ କରାଯାଇଛି । ବୈଦିକ ମନ୍ତ୍ର ଉଚ୍ଚାରଣରେ ବିବାହ ବେଦିରେ ସମ୍ପାଦିତ ହୁଏ ବିବାହ କାର୍ଯ୍ୟ । କିନ୍ତୁ ଆମେ ଏବେ ବେଦବିହିତ ବିବାହ ବିଧାନରୁ ମୁହଁ ଫେରାଇ ଦେଇ ପାଶ୍ଚାତ୍ୟ ସଂସ୍କୃତି ମୁହାଁ ହୋଇଛୁ । ମାଟି୍ରମୋନିଆଲ ୱେବସାଇଟ ଯୋଗେ ବରକନ୍ୟା ଚୟନ ହେଉଛି । ଜାତକ ମେଳକର ଆଉ ଆବଶ୍ୟକ ପଡୁନି । ଜାତି, ଗୋତ୍ର, ବୟସ, ବଂଶଚରିତ ଖୋଜାଯାଉନି । ସେଥିପାଇଁ ବଂଶଧାରାର ନିର୍ମଳତା ନଷ୍ଟ ହେଉଛି । ବିବାହ ବିଚ୍ଛେଦ ଏବେ ଏକ ସାମାଜିକ ବିଧାନରେ ପରିଣତ ହୋଇଗଲାଣି । ଦାମ୍ପତ୍ୟ ସମ୍ପର୍କ ଏବେ ପ୍ରେମ ବିବାହ, ରେଜିଷ୍ଟି୍ର ବିବାହ, କଣ୍ଟ୍ରାକ୍ଟ ବିବାହ ଆଦି  ବିଭିନ୍ନ ସ୍ତର ଦେଇ ଲିଭ ଇନ ରିଲେସନସିପରେ ପହଞ୍ଚିଲାଣି । ଏସବୁ ସ୍ଥିତିରୁ ମୁକୁଳିବା ପାଇଁ ଆଜି ବିଶ୍ୱ ବିବାହ ଦିବସରେ ଚିନ୍ତନ କରିବା ଉଚିତ ।

    Maximum 500 characters

    ବିଶେଷ View all

    Find Us on Facebook