Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ବିଶ୍ୱ ଟେଲିଭିଜନ ଦିବସ

    Share on :
    ajab-Image
    Date: Nov 21, 2020    Views: 2927

    ୧୯୯୭ ରୁ ପ୍ରତି ବର୍ଷ ନଭେମ୍ବର ୨୧ରେ ପାଳିତ ହେଉଛି ‘ବିଶ୍ୱ ଟେଲିଭିଜନ ଦିବସ’ । ଏହି ଦିନ ପାଳନ କରିବା ପାଇଁ ୧୯୯୬ ରେ ‘ଜାତିସଂଘ’ର ସାଧାରଣ ପରିଷଦ ନିଷ୍ପତ୍ତି ନେଇଥିଲା । ତେବେ ଜର୍ମାନୀ ଭଳି କେତେକ ରାଷ୍ଟ୍ରର ପ୍ରତିନିଧି ଏହାର ବିରୋଧ କରିଥିଲେ । ଏଭଳି ଏକ ଦିବସ ପାଳନ ଅନାବଶ୍ୟକ ବୋଲି ଜର୍ମାନୀ ପକ୍ଷରୁ କୁହାଯାଇଥିଲା । କାରଣ ସ୍ୱରୂପ ଦର୍ଶାଇଥିଲା -ଏହିପରି ଏକାଧିକ ଦିବସ ପାଳନ କରାଯାଉଛି, ଯଥା ବିଶ୍ୱ ପ୍ରେସ ଦିବସ, ସ୍ୱାଧୀନତା ଦିବସ, ବିଶ୍ୱ ଟେଲି ଯୋଗାଯୋଗ ଦିବସ, ବିଶ୍ୱ ବିକାଶ ସୂଚନା ଦିବସ ଆଦି । ଟେଲିଭିଜନ ସୃଷ୍ଟି ସୂଚନା ଦେବା ପାଇଁ ତେଣୁ ସାମାନ୍ୟ ଉଦେ୍ଧଶ୍ୟ ଥିବା ଏକାଧିକ ଦିବସ ପାଳନ ହେଉଥିବାରୁ ଏହାକୁ ପାଳନ କରିବା ଅଯଥାର୍ଥ । ଏଗାରଟି ରାଷ୍ଟ୍ର ଏଥିପାଇଁ ଭୋଟ ଦେବାରୁ ବିରତ ହେବା ସତ୍ତ୍ୱେ ଏହି ଦିନକୁ ଜାତିସଂଘ ମାନ୍ୟତା ଦେଇଥିଲା ।

    Maximum 500 characters

    ବିଶେଷ View all

    Find Us on Facebook