Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ରବିବାର ଠାରୁ କମିବ ତାପମାତ୍ରା, ବଢିବ ଜାଡ଼

    Share on :
    ajab-Image
    Date: Nov 21, 2020    Views: 3605

    ଭୁବନେଶ୍ୱର: ନଭେମ୍ବର ଶେଷ ସୁଦ୍ଧା ରାଜ୍ୟରେ ପ୍ରବଳ ଥଣ୍ଡା ଅନୁଭୂତ ହେବ । ଉଭୟ ରାତି ଓ ଦିନର ତାପମାତ୍ରା ଆଖିଦୃଶିଆ ହ୍ରାସ ପାଇବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ଅନୁମାନ କରିଛି । କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା ୨ ଦିନ ରାଜ୍ୟରେ କିଛି କିଛି ସ୍ଥାନରେ ବର୍ଷା ସମ୍ଭାବନା ଥିବାରୁ ସର୍ବନିମ୍ନ ତାପମାତ୍ରାରେ ହ୍ରାସ ଘଟିବ । ନାହିଁ । ୨ ଦିନ ପରେ ଅର୍ଥାତ ୨୨ ତାରିଖଠାରୁ ତାପମାତ୍ରା ହ୍ରାସ ଘଟିବ । ୩ ରୁ ୪ ଦିନରେ ପାରଦ ୪ ଓ ୫ ଡିଗ୍ରୀ ଖସିବା ସହ ରାଜ୍ୟରେ ଶୀତର ପ୍ରକୋପ ବଢ଼ିବ । ପଞ୍ଚୁକ ଓ କାର୍ତ୍ତିକ ପୂର୍ଣ୍ଣିମା ବେଳକୁ ପ୍ରବଳ ଶୀତ ଅନୁଭୂତ ହେବ । ଅପରପକ୍ଷେ କେନ୍ଦ୍ରର ପୂର୍ବ ଆକଳନ ଅନୁଯାୟୀ ସକାଳେ କଟକ, ଅନୁଗୁଳ, ଢେ଼ଙ୍କାନାଳ ଜିଲ୍ଲାର କେତେକ ସ୍ଥାନରେ ଘନ କୁହୁଡ଼ି ଦେଖାଯାଇଥିଲା । ବଙ୍ଗୋପସାଗର ଉପରେ ଥିବା ଗୁରୁଚାପର ପ୍ରଭାବ କମିବା ଫଳରେ ରାଜ୍ୟରେ ବିଶେଷ କୁହୁଡ଼ି ଦେଖାଯିବ ନାହିଁ । କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସ କହିଛନ୍ତି ୨୨ ତାରିଖ ସକାଳ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶା ସମତେ ଆଭ୍ୟନ୍ତରୀଣ ଓଡ଼ିଶାରେ କିଛି କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ଫଳରେ ଏହି ଦୁଇ ଦିନ ରାଜ୍ୟର ରାତି୍ର ତାପମାତ୍ରାରେ ଅପରିବର୍ତ୍ତିତ ରହିବ । ବର୍ଷା ଛାଡ଼ିଲେ ତାପମାତ୍ରା ଖସିବା ଆରମ୍ଭ ହୋଇଯିବ ଓ ୨୬ ତାରିଖ ସୁଦ୍ଧା ପ୍ରାୟ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ଖସି ଶୀତ ପଡ଼ିବା ଆରମ୍ଭ ହେବ । ଅନ୍ୟପଟେ ବର୍ତ୍ତମାନ ଭାରତ ମହାସାଗର ବିଷୁବରେଖା ଆଖପାଖ ତଥା ସଂଲଗ୍ନ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ଆସନ୍ତା ୨୩ ତାରିଖ ବେଳକୁ ଏକ ଲଘୁଚାପ କ୍ଷେତ୍ର ଦକ୍ଷିଣ ବଙ୍ଗୋପସାଗରର କେନ୍ଦ୍ରରେ ସୃଷ୍ଟି ହେବାର ସମ୍ଭାବନା ରହିଛି ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook