ମୁଖ୍ୟ ଖବର
ନୂଆଦିଲ୍ଲୀ: ବ୍ୟବହାରକାରୀଙ୍କୁ ନୂତନ ଅନୁଭୂତି ଦେବା ଲାଗି ହ୍ୱାଟସ ଆପ ନିୟମିତ ବ୍ୟବଧାନରେ ଅନେକ ପ୍ରକାର ନୂତନ ସୁବିଧା ଯୋଗାଉଛି । ଏହି ଧାରାରେ କମ୍ପାନୀ ପକ୍ଷରୁ ‘ମେସେଞ୍ଜର ରୁମ’କୁ ନେଇ ଏକ ପରୀକ୍ଷା ନିରୀକ୍ଷା ଚାଲିଛି । ହ୍ୱାଟସ ଆପର ଆଟାଚମେଣ୍ଟରେ ଆଗାମୀ ଦିନରେ ସାତ ପ୍ରକାର ବିକଳ୍ପ ମିଳିବ । ସେଗୁଡ଼ିକ ହେଉଛି ଡକୁ୍ୟମେଣ୍ଟ କ୍ୟାମେରା, ଗ୍ୟାଲେରି, ଅଡିଓ, ଲୋକେସନ, କଣ୍ଟାକ୍ଟ ଓ ରୁମ୍ । ଏଥିରେ ନୂତନ ଭାବେ ରୁମ୍ ବ୍ୟବସ୍ଥାକୁ ସାମିଲ କରାଯିବ । ବର୍ତ୍ତମାନ ହ୍ୱାଟସ ଆପର ବିଟା ଭର୍ସନରେ ଏହି ସୁବିଧା ଉପଲବ୍ଧ କରାଯାଇଛି । ମେସେଞ୍ଜର ରୁମ୍ ସର୍ଟକଟ୍ ଜରିଆରେ ବ୍ୟବହାରୀମାନେ ଅତି ସହଜରେ ସର୍ବାଧିକ ୫୦ ଜଣ ଲୋକଙ୍କ ସହ ଭିଡିଓ କଲରେ କଥାବାର୍ତ୍ତା ହୋଇପାରିବେ । ଏହି ସୁବିଧା ପାଇବା ଲାଗି ଫୋନର ଫେସବୁକ୍ ମେସେଞ୍ଜର ଆପ ଥିବା ନିହାତି ଜରୁରି ।
Comments ସମସ୍ତ ମତାମତ