Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆମ ଭାଷା ଆମ ସାହିତ୍ୟ

ମୁଖ୍ୟ ଖବର

    ୨୦୧୧ରୁ ପଶ୍ଚିମବଙ୍ଗରେ ମମତା ରାଜ

    Share on :
    ajab-Image
    Date: Mar 13, 2021    Views: 3624

    ୨୦୧୧ରୁ ପଶ୍ଚିମବଙ୍ଗରେ ଆରମ୍ଭ ହୋଇଥିଲା ମମତା ରାଜ  । ଦୀର୍ଘଦିନର ବାମ ସରକାରକୁ ଉପାଡ଼ି ଫିଙ୍ଗିଦେଇଥିଲା  ମମତା  ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ  । 

    ୨୦୧୧ ଅପ୍ରେଲ ୧୮ରୁ ମେ’ ୧୦ ପର୍ଯ୍ୟନ୍ତ ବିଧାନସଭା ନିର୍ବାଚନ ଚାଲିଥିଲା  । ସବୁଠାରୁ ବଡ଼ କଥା ହେଉଛି ଏହି ନିର୍ବାଚନରେ ପଶ୍ଚିମବଙ୍ଗର ତକôାଳୀନ ମୁଖ୍ୟମନ୍ତ୍ରୀ ବୁଦ୍ଧାଦେବ ଭଟ୍ଟାଚାର୍ଯ୍ୟ ବି ଯାଦବପୁର ଆସନରେ ହାରି ଯାଇଥିଲେ  । ଏହା ସହ ୩୪ ବର୍ଷର ବାମ ଶାସନର ପତନ ଘଟିଥିଲା  । ନନ୍ଦୀଗ୍ରାମ ବିଦ୍ରୋହ ଓ ଟାଟା ନାନୋ ସିଙ୍ଗୁର ବିବାଦ ସେତେବେଳେ ଦେଶବ୍ୟାପୀ ଚର୍ଚ୍ଚା ସୃଷ୍ଟି କରିଥିବାବେଳେ ବାମ ସରକାର ବିରୋଧରେ ବ୍ୟାପକ ଜନ ଅସନ୍ତୋଷ ପ୍ରକାଶ ପାଇଥିଲା  ।

    ୨୦୧୧ ବିଧାନସଭା ନିର୍ବାଚନରେ ତୃଣମୂଳ କଂଗ୍ରେସ ୧୮୪ ଆସନରେ ବାଜିମାତ କରିଥିଲା  । ଯେତେବେଳେକି ପୂର୍ବ ନିର୍ବାଚନରେ ଦଳ ମାତ୍ର ୩୦ ଆସନ ପାଇବାରେ ସମର୍ଥ ହୋଇଥିଲା  । ସେହିପରି କଂଗ୍ରେସର ଆସନ ସଂଖ୍ୟା ମଧ୍ୟ ୪୨କୁ ବୃଦ୍ଧି ପାଇଥିଲା  । ଅପରପକ୍ଷରେ ସିପିଆଇଏମ ମାତ୍ର ୪୦ ଆସନରେ ଜିଣିଥିବାବେଳେ ଅଲ ଇଣ୍ଡିଆ ଫରୱାଡର଼୍ ବ୍ଲକ ୧୧ ଆସନ ପାଇପାରିଥିଲା  । ଏତଦବ୍ୟତୀତ ଆରଏସପି ୭, ଗୋର୍ଖା ଜନମୁକ୍ତି ମୋର୍ଚ୍ଚା ୩, ସିପିଆଇ ୨, ସମାଜବାଦି ପାର୍ଟି ୧,  ସ୍ୱାଧୀନ ୨ଟି ଆସନ ପାଇଥିଲେ  । ତେବେ ଭାରତୀୟ ଜନତା ପାର୍ଟି ସେହି ନିର୍ବାଚନରେ ଖାତା ଖୋଲିପାରିନଥିଲା  ।

    Maximum 500 characters

    ଆମ ଭାଷା ଆମ ସାହିତ୍ୟ View all

    Find Us on Facebook