Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆମ ସମସ୍ୟା

ମୁଖ୍ୟ ଖବର

    ଚାକରାଣୀଙ୍କୁ ମିଳିଲା ବିଜେପି ଟିକେଟ, ସମସ୍ତେ ଚକିତ

    Share on :
    ajab-Image
    Date: Mar 24, 2021    Views: 4637

    କୋଲକାତା : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବିଜେପି ଏମିତି ଜଣେ ମହିଳାଙ୍କୁ ଟିକେଟ ଦେଇଛି ଯାହାଙ୍କୁ ନେଇ ଏବେ ଗଣମାଧ୍ୟମରେ ବେଶ ଚର୍ଚ୍ଚା ହୋଇଛି  । ଗୋଟିଏ ପଟେ ଦଳ ମିଥୁନ ଚକ୍ରବର୍ତୀଙ୍କ ଭଳି ତାରକାଙ୍କୁ ଟିକେଟ ଦେଇନଥିବାବେଳେ ପରଘରେ କାମ କରି ପେଟ ପୋଷୁଥିବା ଜଣେ ମହିଳାଙ୍କୁ ଟିକେଟ ପ୍ରଦାନ କରିଛି  ।

    କଲିତ ମାଝୀ ନାମକ ଏହି ମହିଳା ଜଣଙ୍କ ଅନ୍ୟମାନଙ୍କ ଘରେ ବାସି ପାଇଟି କରନ୍ତି  । ମାସିକ ସେ ମାତ୍ର ୨୫ ଶହ ଟଙ୍କା ରୋଜଗାର କରନ୍ତି  । ସେହିପରି ତାଙ୍କ ସ୍ୱାମୀ ସୁବ୍ରତୋ ମାଝୀ ପ୍ଲମ୍ବର କାର୍ଯ୍ୟ କରନ୍ତି  । ଟିକେଟ ପାଇବା ପରେ କଲିତା ଏବେ ନିର୍ବାଚନୀ ପ୍ରଚାରରେ ଲାଗି ପଡ଼ିଛନ୍ତି  ।

    ଏନେଇ କଲିତା କହିଛନ୍ତିଯେ, ସେ ସ୍ୱପ୍ନରେ କେବେ ଭାବିନଥିଲେ ନିର୍ବାଚନ ଲଢ଼ିବେ ବୋଲି  । ଟିକେଟ ମିଳିବା ପରେ ସେ ଚକିତ ହୋଇ ଯାଇଥିଲେ  । ତେବେ ସେ ବିଜେପିର ଜଣେ ସକ୍ରି୍ରୟ କର୍ମୀ ଥିଲେ  । ଟିକେଟ ପାଇବା ଦିନ ମଧ୍ୟ ସେ ପରଘରେ କାମ କରିଥିଲେ  । ପରେ ସେ ଦେଢ଼ ମାସ ପାଇଁ ଛୁଟି ଆଣିଥିବା କହିଛନ୍ତି  ।

    Maximum 500 characters

    ଆମ ସମସ୍ୟା View all

    Find Us on Facebook