Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ଏହି ଉପାୟ କଲେ କମିବ ଓଜନ

    Share on :
    ajab-Image
    Date: Feb 23, 2021    Views: 2867

    ଓଜନ କମାଇବା ପାଇଁ ଆପଣମାନେ ଅନେକ କିଛି କରୁଛନ୍ତି  । ଖାଦ୍ୟ କମାଇବା  ଠାରୁ ଆରମ୍ଭ କରି ଯୋଗ ସାଇକେଲିଂ ଏଭଳି ଅନେକ କିଛି  । ଏହା ସତ୍ୱେ ମଧ୍ୟ ଆପଣଙ୍କର ଓଜନ କମ ହେଉନାହିଁ  । ଆମର ଜୀବନଶୌଳୀ ସହ ଖାଦ୍ୟପେୟ ଆମ ମାନଙ୍କର ଓଜନ ବଢିବାର ମୁଖ୍ୟ କାରଣ  । ଏହା ସହ ଅନେକ ଜାଣି ନଥିବେ କି ରାତ୍ରୀ ଭୋଜନ ମଧ୍ୟ ଓଜନ ବଢିବାର ଅନ୍ୟ ଏକ ପ୍ରମୁଖ କାରଣ  । ଦିନ ତମାମ କର୍ମମୟ ଜୀବନ ପରେ ଆମେମାନେ ରାତିରେ ପେଟ ପୁରା ଖାଦ୍ୟ ଖାଇଥାଉ  । ଏବଂ ଖାଦ୍ୟଗ୍ରହଣ କରିବାର କିଛି ସମୟ ପରେ ତୁରନ୍ତ ବିଛଣାକୁ ଯାଇଥାଉ ତାହା ଆମ ଶରୀରରେ ଓଜନ ବଢିବାର ପ୍ରମୁଖ କାରଣ ହୋଇଥାଏ  । ଆସନ୍ତୁ ଜାଣିବା କ’ଣ କରିବା ଦ୍ୱାରା ଓଜନ ଶୀଘ୍ର କମିଥାଏ -
    କେମୋମାଇଲ ଚା - ଏହା ଓଜନ କମାଇବାରେ ଶୀଘ୍ର କାମ କରିଥାଏ  । ରାତ୍ରୀ ସମୟରେ ଗୋଟେ କପ ଏହାର ସେବନ ଦ୍ୱାରା ନିଦ ଭଲ ହେବା ସହ ସୁଗାରର ସ୍ତର ନିୟନ୍ତ୍ରଣ ହୋଇଥାଏ  । 
    ଗ୍ରୀକ ୟୋଗଟ ପ୍ରୋଟିନ୍ ସେକ୍ - ଏଥିରେ ଥିବା ପ୍ରୋଟିନ୍ ମାଂସପେଶୀକୁ କମିବାରେ ସାହାଯ୍ୟ କରିଥାଏ  । କ୍ଷୀରରେ କ୍ୟାଲସିୟମ୍ ଭରପୁର ହୋଇଥାଏ ଯାହା ନିଦ ଭଲ ହେବାରେ ସହଯୋଗ କରିଥାଏ  । ଆପଣଙ୍କ ଶରୀରରେ ଯେତେ ପରିମାଣର ମାଂସପେଶୀ ରହିଥାଏ ତାହା ଆପଣଙ୍କ ଶରୀରରେ ସେତେ ମାତ୍ରାରେ କ୍ୟାଲୋରୀ ଖର୍ଚ୍ଚ ହୋଇଥାଏ  । ଏହା ଦ୍ୱାରା ଆପଣଙ୍କ ଓଜନ ଶୀଘ୍ର କମିଥାଏ  । ଏହାକୁ ଆପଣ ଖୁବ ସହଜରେ ଘରେ ବନାଇ ପାରିବେ, ୧ ଚାମଚ ବାଦାମ ବଟର, ଗୋଟିଏ କଦଳୀ, ୧ ଚାମଚ କଫି,୧ ଚାମଚ ଚକଲେଟ ଫ୍ଲେବର ବାଦାମ କ୍ଷୀର, ଗୋଟିଏ ଚାମଚ ପ୍ରୋଟିନ ପାଉଡର ଓ ୫-୭ଟି ବରଫକୁ ଏକାଠି ଗୋଟିଏ ଗ୍ରାଇଣ୍ଡର ଜାରରେ ୩୦ରୁ ୪୦ସେକେଣ୍ଡ ପର୍ଯ୍ୟନ୍ତ ଚଲାନ୍ତୁ  । ଏହାକୁ ପ୍ରତିଦିନ ସେବନ କରିବା ଦ୍ୱାରା ଓଜନ ଖୁବ ଶୀଘ୍ର କମିଥାଏ  । 
    ଡାଲଚିନ୍ ଚା - ଏହି ନ୍ୟାଚୁରାଲ ପାନୀୟରେ ମେଟାବୋଲିଜିମ୍ ବଢିବାର ଗୁଣ ରହିଥାଏ  । ଏହି ପାନୀୟରେ ଆଂଟିଅକ୍ସିଡେଂଟ ଓ ଆଂଟିବାୟୋଟିକ ରହିଥାଏ, ଯାହା ଓଜନ କମାଇବାରେ ଶୀଘ୍ର କାମ କରିଥାଏ  । ପ୍ରଥମେ ଡାଲଚିନିକୁ ଛୋଟ ଛୋଟ କରି ପାଣିରେ ଫୁଟାନ୍ତୁ  । ଏହା ପରେ ଲେମ୍ବୁରସ ଏକରୁ ଦୁଇ ଟୋପା ମିଶାନ୍ତୁ  । ଏହାର ସ୍ୱାଦ ଆପଣଙ୍କୁ ଟିକେ କଡା ଲାଗିପାରେ  । ଏଥିରେ ଆପଣ ଚାହିଁଲେ ମହୁ କିଛି ମିଶାଇ ପିଇ ପାରିବେ  । 
    ମେଥି - ରାତିରେ ଗୋଟିଏ ଗ୍ଲାସ୍ ପାଣିରେ ମେଥି ଗୋଟିଏ ଚାମଚ ଭିଜାଇ ରଖନ୍ତୁ   । ପ୍ରତିଦିନ ସକାଳେ ମେଥିକୁ ଅଲଗା କରି ତାର ପାଣିକୁ ପିଅନ୍ତୁ  ।    

    Maximum 500 characters

    ବିଶେଷ View all

    Find Us on Facebook