Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    କମ୍ ପାଣି ପିଇଲେ ହୋଇପାରେ ଏହି ସବୁ ରୋଗ

    Share on :
    ajab-Image
    Date: Apr 7, 2021    Views: 3039

    ବିଶେଷଜ୍ଞଙ୍କ ମତରେ ନିୟମିତ ଭାବେ ଆବଶ୍ୟକ ପରିମାଣର ପାଣି ପିଇଲେ କୌଣସି ଶାରୀରିକ ସମସ୍ୟା ଉପୁଜିନଥାଏ । ଉଷୁମ ପାଣି ମଧ୍ୟ ସ୍ୱାସ୍ଥ୍ୟ ପାଇଁ ହିତକାରୀ ।
    ଦୈନିକ ୭-୮ ଗିଲାସ ପାଣି ନ ପିଇଲେ ଖୁବ ଥକା ଲାଗିଥାଏ । ରକ୍ତଚାପ ରୋଗୀମାନେ ପ୍ରତ୍ୟହ ସଦାବେଳେ ଉଷୁମ ପାଣି ପିଇ ଦିନର ଆରମ୍ଭ କରିବା ହିତକାରୀ ।
    ମୁଣ୍ଡବିନ୍ଧା, ମାନସିକ ଚାପ ଇତ୍ୟାଦି ସମସ୍ୟା ମଧ୍ୟ ପାଣିର ଅଭାବ କାରଣରୁ ଉପୁଜୁଥିବାର ବିଶେଷଜ୍ଞଙ୍କ ମତ । ପାଣି ଆବଶ୍ୟକ ପରିମାଣରେ ପିଇଲେ ଶରୀରରୁ ବିଷତତ୍ତ୍ୱ ସହଜରେ ବାହାରିଯାଏ । ନଚେତ ଏହା ଶରୀର ଭିତରେ ରହି ଅନ୍ୟାନ୍ୟ ରୋଗ ସୃଷ୍ଟି କରେ ।
    ପାଣିର ଅଭାବ ହେଲେ ଶରୀର ଡିହାଇଡ୍ରେସନ ହୋଇଯାଇଥାଏ । ପରୀକ୍ଷାରୁ ଜଣାପଡ଼ିଛି ଯେ ପର୍ୟ୍ୟାପ୍ତ ପରିମାଣରେ ପାଣି ନ ପିଇଲେ ହୃଦରୋଗର ଆଶଙ୍କା ମଧ୍ୟ ହୋଇଥାଏ ।
    ଯୁବତୀ ଓ ମହିଳାମାନେ ତ୍ୱଚାରେ ଚମକ ଆଣିବାକୁ ଚାହୁଁଥିଲେ ପ୍ରତ୍ୟହ ୪-୫ ଗ୍ଲାସ ଉଷୁମ ପାଣି ପିଇବା ଲାଭପ୍ରଦ ।
    ପାଣି ନ ପିଇଲେ ମହିଳାମାନେ ଶରୀରରେ କୋଲେଷ୍ଟ୍ରରଲ ସ୍ତର ବଢ଼ିବା ସହ ମେଦବହୁଳତା ରୋଗରେ ଆକ୍ରାନ୍ତ ହେବାର ଭୟ ରହିଛି ।

    Maximum 500 characters

    ବିଶେଷ View all

    Find Us on Facebook