Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ସହିଦନଗର ଭବାନୀ ମଲ ନିକଟରେ ବିଏମସି ସ୍ପେଶାଲ ସ୍କ୍ୱାଡର ଚଢଉ, ୫୦ ଲକ୍ଷର ପଲିଥିନ ଜବତ

ପୁଲିସ କବଳରୁ ବାଳ ଅପରାଧୀ ଛୁ

୫-ଟି କୃଷି ବିଭାଗ

୫-ଟିରେ ସାମିଲ ହେବ ଉଚ୍ଚଶିକ୍ଷା ବିଭାଗ

ତେଲେଙ୍ଗାନା ଏନକାଉଣ୍ଟରର ବିଚାର ବିଭାଗୀୟ ତଦନ୍ତ ନିଦେ୍ର୍ଧଶ

ଏସଆଇଙ୍କ ଘରେ ଭିଜିଲାନ୍ସ ଚଢାଉ

ଘର ଭିତରୁ ମହିଳାଙ୍କ ଝୁଲନ୍ତା ମୃତ ଦେହ ଠାବ

୩୨ ଦାଦନ ଶ୍ରମିକ ଉଦ୍ଧାର

banner

ଯୋଜନା ଓ ବିକାଶ

ମୁଖ୍ୟ ଖବର

    ୨୪ ଘଣ୍ଟିଆ ପାଣି ପାଇଁ ବୁଝାମଣାପତ୍ର ସ୍ୱାକ୍ଷର

    Share on :
    ajab-Image
    Date: Oct 26, 2019    Views: 1129

    ସରକାର ଓ ୟୁନିସେଫ୍ ହାତ ମିଳାଇଲେ, ମିଟର ବ୍ୟବସ୍ଥା ହେବ, ଦାୟିତ୍ୱରେ ରହିବେ ଏସ୍ଏଚଜି ମା'
    ଭୁବନେଶ୍ୱରର ୫ଟି ଓ ପୁରୀର ୨ଟି ଅଞ୍ଚଳରୁ ଆରମ୍ଭ ହେବ
    ଭୁବନେଶ୍ୱର : ରାଜ୍ୟବାସୀଙ୍କୁ ୨୪ ଘଣ୍ଟା ପାଇପ୍ ଯୋଗେ ପାଣି ଯୋଗାଇ ଦେବା ନିମନ୍ତେ ଆଜି ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଏବଂ ୟୁନିସେଫ୍ ମଧ୍ୟରେ ଏକ ବୁଝାମଣା ପତ୍ର ସ୍ୱାକ୍ଷର ହୋଇଛି । ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଭୁବନେଶ୍ୱରର ୫ଟି ଅଞ୍ଚଳ ଓ ପୁରୀର ୨ଟି ଅଞ୍ଚଳରେ ପାଇଲଟ୍ ପ୍ରକଳ୍ପ ଭାବେ ଏହା କାର୍ଯ୍ୟକାରୀ ହେବ । ମାର୍ଚ୍ଚ ୨୦୨୦ ସୁଦ୍ଧା ଏହି କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଥିବା କୁହାଯାଇଛି ।
    "ଡ୍ରିଙ୍କ୍ ଫର୍ ଟ୍ୟାପ୍ ମିସନ' ନାମକ ଏହି କାର୍ଯ୍ୟକ୍ରମରେ ହିତାଧିକାରୀଙ୍କୁ ୨୪ ଘଣ୍ଟା ପାଣି ଯୋଗାଇ ଦିଆଯିବ । ଏହା ସହିତ ଶତପ୍ରତିଶତ ମିଟର ବ୍ୟବସ୍ଥା କରାଯାଇଛି । ଏଥିରେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା (ମା') ମାନେ ନିୟୋଜିତ ହେବେ । ସେମାନଙ୍କୁ ଆବଶ୍ୟକ ତାଲିମ ପ୍ରଦାନ କରାଯିବ ।
    ଏହି ଅବସରରେ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ, ସବୁ ଘରକୁ ନିରାପଦ ଓ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଉପରେ ସରକାର ପ୍ରାଥମିକତା ଦେଇଛନ୍ତି । ବିଶୁଦ୍ଧ ପାନୀୟ ଜଳ ହିଁ ଏକ ସୁସ୍ଥ ଓ ସମାଜ ଗଠନରେ ସହାୟକ ହୋଇଥାଏ । ତେଣୁ ୟୁନିସେଫର ବୈଷୟିକ ସହାୟତାରେ ଆରମ୍ଭ ହେଉଥିବା ଏହି ପ୍ରକଳ୍ପ ଲକ୍ଷ୍ୟ ପୂରଣରେ ବିଶେଷ ସହାୟକ ହେବ ବୋଲି ନବୀନ କହିଥିଲେ । ଏହି ପ୍ରକଳ୍ପରେ ପୁରୀ, ଭୁବନେଶ୍ୱରର ୨୨ ହଜାର ପରିବାରର ଏକ ଲକ୍ଷ ୨୦ ହଜାର ଲୋକଙ୍କୁ ବିଶୁଦ୍ଧ ପାଣି ଯୋଗାଇ ଦିଆଯିବ । ପରବର୍ତ୍ତୀ ସମୟରେ ରାଜ୍ୟର ସବୁ ଅଞ୍ଚଳକୁ ଏହି କାର୍ଯ୍ୟକ୍ରମ ସଂପ୍ରସାରଣ କରାଯିବ ।
    ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ପ୍ରତାପ ଜେନା, ମୁଖ୍ୟଶାସନ ସଚିବ, ଉନ୍ନୟନ କମିସନର ଓ ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ । ନଗର ଉନ୍ନୟନ ବିଭାଗ ପକ୍ଷରୁ ପ୍ରମୁଖ ଶାସନ ସଚିବ ଓ ୟୁନିସେଫ୍ ପ୍ରତିନିଧି ବୁଝାମଣା ପତ୍ରରେ ସ୍ୱାକ୍ଷର କରିଥିଲେ ।

    Maximum 500 characters

    ଯୋଜନା ଓ ବିକାଶ View all

    Find Us on Facebook