Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ଭଦ୍ରକ: ଜାଗରରୁ ଫେରୁଥିବାବେଳେ ମହିଳାଙ୍କୁ ଗଣଦୁଷ୍କର୍ମ

ପୁରୀ: କନକଦୁର୍ଗା ହାଇସ୍କୁଲରେ ଧରାପଡ଼ିଲା ନକଲି ପରୀକ୍ଷାର୍ଥୀ

banner

ସ୍ୱାସ୍ଥ୍ୟବିଜ୍ଞାନ

ମୁଖ୍ୟ ଖବର

    ଅଣ୍ଟା ପାଖେ ଚର୍ବି ଲାଗିଲେ, ହୁଅନ୍ତୁ ସତର୍କ!

    Share on :
    ajab-Image
    Date: Nov 24, 2019    Views: 60

    ଜର୍ମାନୀର ଗବେଷକ ଦଳ ନିକଟରେ ପ୍ରକାଶ କରିଛନ୍ତି ଯେ ଓଜନ ବଢ଼ିବା ସହ ଅଣ୍ଟା ପାଖେ ଚର୍ବି ଲାଗୁଥିବା ବ୍ୟକ୍ତି ବେଳହୁଁ ସଚେତନ ହେବା ଜରୁରୀ । ସାଧାରଣତଃ ଓଜନ ବଢ଼ିଲେ ଅଣ୍ଟା ବ୍ୟଥା, ଆଣ୍ଠୁଗଣ୍ଠି ବ୍ୟଥା ସହ ରକ୍ତଚାପ ମଧ୍ୟ ବୃଦ୍ଧି ହୋଇଥାଏ । ଗବେଷକ ଦଳ ୭୦୦ ଲୋକଙ୍କୁ ସାମିଲ କରି କିଛି ବର୍ଷ ସେମାନଙ୍କ ସ୍ଥିତି ଅନୁଧ୍ୟାନ କରିଥିଲେ । ବୟସ ବଢ଼ିବା ସହ ଓଜନ ଏପାଖ ସେପାଖ ହେବା ସାଧାରଣ କଥା, ତେବେ ଅଣ୍ଟା ପାଖେ ଚର୍ବି ଲାଗିଲେ ସତର୍କ ହେବା ଜରୁରୀ । ଯେଉଁ ଲୋକଙ୍କର ଅଣ୍ଟା ପାଖେ ଚର୍ବି ବଢ଼ିଚାଲେ, ସେମାନଙ୍କ ପରୀକ୍ଷାରୁ ଜଣାପଡ଼ିଥିଲା ପ୍ରାୟ ପ୍ରତି ୧୦ ଜଣରେ ୭ ଜଣ କର୍କଟ ରୋଗରେ ଆକ୍ରାନ୍ତ । ପ୍ରାରମ୍ଭିକ ପର୍ଯ୍ୟାୟରୁ ଏମାନଙ୍କ ରୋଗ ଚିହ୍ନଟ ହେବାରୁ ଚିକିତ୍ସା ଆରମ୍ଭ କରାଯାଇଥିଲା । ଗବେଷକ ମୁଖ୍ୟଙ୍କ ମତରେ ଓଜନ ବଢ଼ିଲେ କିମ୍ବା ଅଣ୍ଟା ପାଖେ ଚର୍ବି ବଢ଼ିଲେ ତୁରନ୍ତ ବ୍ୟାୟାମ ଓ ପ୍ରାତଃ ଭ୍ରମଣ କରି ଓଜନକୁ ନିୟନ୍ତ୍ରଣରେ ରଖିବାକୁ ଚେଷ୍ଟା କରନ୍ତୁ ।

    Maximum 500 characters

    ସ୍ୱାସ୍ଥ୍ୟବିଜ୍ଞାନ View all

    Find Us on Facebook