Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ସ୍ୱାସ୍ଥ୍ୟବିଜ୍ଞାନ

ମୁଖ୍ୟ ଖବର

    ବାନ୍ତି ହେଉଥିଲେ ଆପଣାନ୍ତୁ ଏହି ଘରୋଇ ଉପାୟ

    Share on :
    ajab-Image
    Date: Sep 10, 2020    Views: 3292

    ଖାଦ୍ୟ ଠିକ ଭାବେ ହଜମ ନହେଲେ ଆମକୁ ପ୍ରାୟ ସମୟରେ ବାନ୍ତି ଲାଗିଥାଏ  । ତେବେ ଅନ୍ୟ କେତେକ କାରଣରୁ ମଧ୍ୟ ବାନ୍ତି ହୋଇଥାଏ  । ଯେପରି ଆମେ ଔଷଧ ଖାଇଲେ ଆମକୁ ବାନ୍ତି ଲାଗେ  । ଏହାଛଡ଼ା କେତେକ ରୋଗରେ ମଧ୍ୟ ବାନ୍ତି ଲାଗେ  । କେତେକ ଲୋକ ଗାଡ଼ିରେ କୁଆଡେ ଗଲେ ତାଙ୍କୁ ବାନ୍ତି ଲାଗିଥାଏ  । ତେବେ ଘରୋଇ ଉପଚାରରୁ ଏପରି ସମସ୍ୟାରୁ ମୁକ୍ତି ପାଇପାରିବା  ।
    - ଏପଟ ସେପଟ ଖାଇବା କାରଣରୁ ବାନ୍ତି ଲାଗୁ ଥିଲେ ଲେମ୍ବୁ ରସରେ କଳା ଲୁଣ ଓ ଗୋଲମରିଚ ଗୁଣ୍ଡ ମିଶାଇ ପିଅନ୍ତୁ  । ଆପଣଙ୍କୁ ତୁରନ୍ତ ଆରାମ ମିଳିବ  । 
    - ଅଧିକ ତୈଳଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ପେଟ ଗରମ ହୋଇଯାଏ  । ଫଳରେ ବାନ୍ତି ଲାଗିଥାଏ  । ତେଣୁ ଜିରାକୁ ଗରମ କରି ତାହାକୁ ଗୁଣ୍ଡ କରି ଦିଅନ୍ତୁ  । ଉକ୍ତ ଗୁଣ୍ଡକୁ ଦହିରେ ପକାଇ ସେଥିରେ କଳା ଲୁଣ ମିଶାଇ ପିଅନ୍ତୁ  ।
    - ଗର୍ଭଧାରଣ ସମୟରେ ପ୍ରାୟ ମହିଳାଙ୍କ ଠାରେ ବାନ୍ତି ସମସ୍ୟା ଦେଖାଯାଇଥାଏ  । ଏହି ସମୟରେ ଗରମ ପାଣିରେ ଲେମ୍ବୁ ରସ ମିଶାଇ ପିଅନ୍ତୁ  । ବାନ୍ତିରୁ ଆରାମ ମିଳିବ  । ଏହାଛଡ଼ା ଗର୍ଭବତୀ ମହିଳାଙ୍କ ପେଟରେ ଓଦା କପଡ଼ା ରଖିଲେ ବାନ୍ତିରୁ ଆରାମ ମିଳିବ  ।
    - ଖରା ଦିନରେ ରାତିରେ ଖାଇବା ପରେ ଯଦି ବାନ୍ତି ଲାଗେ ତେବେ ତୁଳସୀ ରସ ସହିତ ମହୁ ମିଶାଇ ସେବନ କରନ୍ତୁ  । 
    - ଡାଲଚିନକୁ ଭାଜି ତାହାକୁ ଗୁଣ୍ଡ କରି ଦିଅନ୍ତୁ  । ଉକ୍ତ ଗୁଣ୍ଡକୁ ମହୁ ସହିତ ମିଶାଇ ଚାଟି ଚାଟି ସେବନ କରନ୍ତୁ  । ବାନ୍ତିରେ ସହାୟକ ହେବ  ।
    - କମଳା ଚୋପାରେ ଭିଟାମିନ ସି ମିଳେ  । ଯାହା ପାଚନ ପ୍ରକ୍ରିୟାରେ ସହାୟକ ହୋଇଥାଏ  । କମଳା ଚୋପାକୁ ଗୁଣ୍ଡ କରି ସେଥିରେ ମହୁ ମିଶାଇ ଚାଟି ଚାଟି ଖାଆନ୍ତୁ ଆରାମ ମିଳିବ  ।
    - ମସୁର ଡାଲି ସୁପରେ ମିଶ୍ରି ମିଶାଇ ପିଇଲେ ବାନ୍ତି ବନ୍ଦ ହୋଇଯାଏ  ।
    - ଡାଳିମ୍ବ ରସରେ ମହୁ ମିଶାଇ ପିଇଲେ ବାନ୍ତି ସମସ୍ୟା ରହେ ନାହିଁ  ।
    - ଚଣାକୁ ଭାଜି ତାହାର ସୁପ ତିଆରି କରେ ପିଇଲେ ବାନ୍ତିରୁ ମୁକ୍ତି ମିଳେ  ।

    Maximum 500 characters

    ସ୍ୱାସ୍ଥ୍ୟବିଜ୍ଞାନ View all

    Find Us on Facebook