ମୁଖ୍ୟ ଖବର
ପଟ୍ଟାମୁଣ୍ଡାଇ :- ପଟ୍ଟାମୁଣ୍ଡାଇ ପୌରପାଳିକା ଅନ୍ତର୍ଗତ ତନୁପୁର ଗ୍ରାମର ସ୍ଥାନୀୟ ନବଜ୍ୟୋତି କ୍ଲବ ଆନୁକୂଲ୍ୟରେ ଆୟୋଜିତ ଏକ ଭଲିବଲ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି । ୮ଟି ଟିମକୁ ନେଇ ଆୟୋଜିତ ଏହି ପ୍ରତିଯୋଗିତାରେ ନରେନ୍ଦ୍ରପୁରର ମା ପନ୍ଦରଶୀଳା କ୍ଲବ, ଚାନ୍ଦବାଲି କ୍ଲବକୁ ହରାଇ ଚାମ୍ପିୟାନ ହୋଇଛି । ଫାଇନାଲ ମ୍ୟାଚ ତଥା ଉଦଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ପଟ୍ଟାମୁଣ୍ଡାଇ ଥାନାର ଭାରପ୍ରାପ୍ତ ଅଧିକାରୀ ରାକେଶ ତ୍ରିପାଠୀ ଯୋଗଦେଇଥିବା ବେଳେ, ଅନ୍ୟମାନଙ୍କ ମଧ୍ୟରେ ଓଡିଶା ଭଲିବଲ ଟିମର ପ୍ରଶିକ୍ଷକ ସଞ୍ଜୟ ଦାସ, ପଟ୍ଟାମୁଣ୍ଡାଇ ନଗର ବିଜେଡି ସଭାପତି ମିଟୁମନୋଜ ନାୟକ, ବାଲିପାଟଣା ସରପଞ୍ଚ କିଶୋର ଜେନା ପ୍ରମୁଖ ଉପସ୍ଥିତ ରହି ଖେଳାଳୀଙ୍କ ମନୋବଳ ବଢେଇବା ସହ ପୁରସ୍କୃତ କରୁଥିବା ନଜର ଆସିଥିଲା ।
ରିପୋର୍ଟ:- ସୌମ୍ୟରଞ୍ଜନ ଗିରି
Comments ସମସ୍ତ ମତାମତ