ମୁଖ୍ୟ ଖବର
ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀଙ୍କ ଡେପୁଟେସନ ଅବଧି ଶେଷ ହୋଇଥିଲା ବେଳେ ଆଇଏଏସ ବିଶାଳ କୁମାର ଦେବଙ୍କୁ ବିଭାଗୀୟ କମିଶନର ତଥା ଶାସନ ସଚିବ ନିଯୁକ୍ତି ଦିଆଯାଇଛି । ସେ ଅତିରିକ୍ତ ଭାବେ ଏହି ଦାୟିତ୍ୱ ତୁଲାଇବେ । ଏ ନେଇ ବିଧିବଦ୍ଧ ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି । ବର୍ତ୍ତମାନ ଶ୍ରୀ ଦେବ ଓଡ଼ିଶା ପର୍ଯ୍ୟଟନ ଏବଂ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗର ଶାସନ ସଚିବ ଭାବେ କାର୍ଯ୍ୟ କରୁଛନ୍ତି । ଆସନ୍ତା ୪ ତାରିଖରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀଙ୍କ ଡେପୁଟେସନ ଅବଧି ଶେଷ ହେଉଛି । ସେ ୨୦୧୫ ଅଗଷ୍ଟ ୫ରେ ଡେପୁଟେସନରେ ଆସି ରାଜ୍ୟ ସଂସ୍କୃତି ବିଭାଗ ପ୍ରମୁଖ ଶାସନ ସଚିବ ନିଯୁକ୍ତି ପାଇଥିଲେ । କିଛି ମାସ ପାଇଁ ସୂଚନା ଓ ଲୋକସମ୍ପର୍କ ବିଭାଗର ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇଥିଲେ ।
Comments ସମସ୍ତ ମତାମତ