Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ସହିଦନଗର ଭବାନୀ ମଲ ନିକଟରେ ବିଏମସି ସ୍ପେଶାଲ ସ୍କ୍ୱାଡର ଚଢଉ, ୫୦ ଲକ୍ଷର ପଲିଥିନ ଜବତ

ପୁଲିସ କବଳରୁ ବାଳ ଅପରାଧୀ ଛୁ

୫-ଟି କୃଷି ବିଭାଗ

୫-ଟିରେ ସାମିଲ ହେବ ଉଚ୍ଚଶିକ୍ଷା ବିଭାଗ

ତେଲେଙ୍ଗାନା ଏନକାଉଣ୍ଟରର ବିଚାର ବିଭାଗୀୟ ତଦନ୍ତ ନିଦେ୍ର୍ଧଶ

ଏସଆଇଙ୍କ ଘରେ ଭିଜିଲାନ୍ସ ଚଢାଉ

ଘର ଭିତରୁ ମହିଳାଙ୍କ ଝୁଲନ୍ତା ମୃତ ଦେହ ଠାବ

୩୨ ଦାଦନ ଶ୍ରମିକ ଉଦ୍ଧାର

banner

କଳା

ମୁଖ୍ୟ ଖବର

    ଭୁଟାନରେ ଛୁଟି କଟାଉଛନ୍ତି ବିରୁଷ୍କା

    Share on :
    ajab-Image
    Date: Nov 4, 2019    Views: 21

    ନୂଆଦିଲ୍ଲୀ : ବାଂଲାଦେଶ ଶୃଙ୍ଖଳାରୁ ବିଶ୍ରାମ ନେଇଥିବା ଭାରତୀୟ ଅଧିନାୟକ ବିରାଟ କୋହଲି ପତ୍ନୀ ଅନୁଷ୍କା ଶର୍ମାଙ୍କ ସହ ଅପରୂପ ପ୍ରାକୃତିକ ସୌନ୍ଦର୍ଯ୍ୟଭରା ଭୁଟାନରେ ଛୁଟି କଟାଉଛନ୍ତି । ଉଭୟଙ୍କୁ ସେଠାକାର ଏକ ହୋଟେଲର କର୍ମଚାରୀମାନେ ସ୍ୱାଗତ କରୁଥିବାର ଫଟୋ ପଦାକୁ ଆସିବା ପରେ ଏକଥା ଜଣାପଡ଼ିଛି ।

    ଏହି ଫଟୋରେ ବିରାଟ-ଅନୁଷ୍କା ବେଶ୍ ଖୁସି ଥିବା ଦେଖିବାକୁ ମିଳୁଛି । ବିରାଟ କଳା ଟ୍ରାକସୁଟ ଏବଂ ଷ୍ଟାଇଲିସ୍ ଗଗଲ୍ସ ପିନ୍ଧିଥିଲା ବେଳେ ଅନୁଷ୍କା ମଧ୍ୟ କଳା ପ୍ୟାଣ୍ଟ୍ ଏବଂ ଗୋଳାପୀ ସ୍ୱିଟ୍ ସାର୍ଟ ପିନ୍ଧି ବେଶ୍ ସୁନ୍ଦର ଦେଖା ଯାଉଛନ୍ତି । ଉଭୟ ନିଜ ନିଜର କାନ୍ଧରେ ବ୍ୟାଗ୍ ରଖିଥିଲା ବେଳେ ଭୁଟାନରେ ପହଞ୍ଚି ବେଶ୍ ଆନନ୍ଦିତ ଥିଲା ଭଳି ମନେ ହେଉଛନ୍ତି । ଆଗାମୀ ସମୟରେ ନିଜ ଭୁଟାନ ଭ୍ରମଣର ଆଉ କିଛି ଫଟୋ ସାମାଜିକ ଗଣମାଧ୍ୟମରେ ପ୍ରକାଶ କରିବାକୁ ପ୍ରଶଂସକମାନେ ଭାରତୀୟ କ୍ରୀଡ଼ାର ଏହି ଚର୍ଚ୍ଚିତ ଯୋଡ଼ିଙ୍କୁ ଅନୁରୋଧ କରିଛନ୍ତି । ଏହା ପୂର୍ବରୁ କୋହଲି-ଅନୁଷ୍କାଙ୍କ କର୍ବାଚୌଥ ଫଟୋ ବେଶ୍ ଚର୍ଚିତ ହୋଇଥିଲା ।

    Maximum 500 characters

    କଳା View all

    Find Us on Facebook