ମୁଖ୍ୟ ଖବର
ନୂଆଦିଲ୍ଲୀ : କେବଳ କ୍ରୀଡ଼ାବିତ ନୁହନ୍ତି ସମସ୍ତଙ୍କ ପାଇଁ ୬ ଥର ବିଶ୍ୱ ବିଜୟିନୀ ମୁଷ୍ଟିଯୋଦ୍ଧା ମେରିକମ ଆଦର୍ଶ ଅନୁକରଣୀୟ ବୋଲି କହିଛନ୍ତି କି୍ରକେଟ ଦଳର ଅଧିନାୟକ ବିରାଟ କୋହଲି । ପିତୃତ୍ୱ ଲାଭ ପୂର୍ବରୁ କୋହଲି ନିଜେ ମେରିକମଙ୍କ ବାଟକୁ ଆପଣାଇଥିବା କଥା ମଧ୍ୟ ଆଭାସ ଦେଇଛନ୍ତି । ୪ଟି ସନ୍ତାନର ମା’ ହେବା ପରେ ମଧ୍ୟ ମେରିକମ ବିଶ୍ୱ ବିଜେତା ହୋଇଛନ୍ତି । ମାତୃତ୍ୱ ଲାଭ ପରେ ପରିବାର ଓ ଖେଳ ଜୀବନ ମଧ୍ୟରେ ସନ୍ତୁଳନ ରକ୍ଷା କରିବାରେ ମେରିକମ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇ ରହିଛନ୍ତି ।
ସୂଚନା ଯୋଗ୍ୟ କୋହଲି ଓ ତାଙ୍କ ବଲିଉଡ ଅଭିନେତ୍ରୀ ପତ୍ନୀ ଅନୁଷ୍କା ଶର୍ମା ଜାନୁଆରୀରେ ସେମାନଙ୍କ ପ୍ରଥମ ସନ୍ତାନ ଆଶାରେ ରହିଛନ୍ତି । ଗୁରୁବାର ଏକ ଇନଷ୍ଟାଗ୍ରାମ ଆଲୋଚନା ବେଳେ ମେରିକମଙ୍କୁ କୋହଲି ପ୍ରଶ୍ନ କରିଥିଲେ ‘ଜଣେ ମା ଭାବେ ଆପଣ ତାଲିମ, ପ୍ରତିଯୋଗିତା ଆଦିରେ କିଭଳି ସନ୍ତୁଳନ ଆଣିପାରନ୍ତି?’ ଅଲିମ୍ପିକ କାଂସ୍ୟ ପଦକ ବିଜୟିନୀ ୩୭ ବର୍ଷୀୟା ମେରିକମ କହିଥିଲେ ‘ବିବାହ ପରେ ସ୍ୱାମୀ ମୋ ଶକ୍ତି ସ୍ତମ୍ଭ ପାଲଟିଥିଲେ । ମୋ ପାଇଁ ତାଙ୍କ ସମର୍ଥନ ଅମୂଲ୍ୟ ଭଳି । ମୋର ପ୍ରତିଟି ଆବଶ୍ୟକତାର ସେ ଯତ୍ନ ନେଇପାରନ୍ତି । ସେ ଜଣେ ଆଦର୍ଶ ସ୍ୱାମୀ ଓ ପିତା । ଦେଶର ସମସ୍ତ ମହିଳାମାନଙ୍କ ପାଇଁ ଆପଣ ପ୍ରେରଣା । ଆମ ପାଇଁ ମଧ୍ୟ ଆପଣ ପ୍ରେରଣାଦାୟୀ । ଆପଣଙ୍କୁ ଏଭଳି ପ୍ରଶ୍ନ କରିବାର ସୁଯୋଗ ପାଇଥିବାରୁ ମୁଁ ଧନ୍ୟ ମନେ କରୁଛି । ଆମେ ଏବେ ପିତାମାତା ହେବାକୁ ଯାଉଥିବାରୁ ଆପଣଙ୍କଠାରୁ ପ୍ରେରଣା ପାଉଛୁ ବୋଲି କୋହଲି ପ୍ରକାଶ କରିଥିଲେ ।
Comments ସମସ୍ତ ମତାମତ