ମୁଖ୍ୟ ଖବର
ନୂଆଦିଲ୍ଲୀ : ଚଳିତ ମାସରେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ବାପା ହେବେ । ନିଜର ପ୍ରଥମ ସନ୍ତାନକୁ ଜନ୍ମ ଦେବେ ଅଭିନେତ୍ରୀ ଅନୁଷ୍କା ଶର୍ମା ।
ଗତବର୍ଷ ଅଗଷ୍ଟ ୨୭ରେ ତାଙ୍କର ପ୍ରଥମ ସନ୍ତାନ ଜାନୁଆରୀରେ ହେବବୋଲି ବିରାଟ ସୂଚନା ଦେଇଥିଲେ । ଏଥିପାଇଁ କୋହଲି ଅଷ୍ଟ୍ରେଲିଆରେ ଗୋଟିଏ ଟେଷ୍ଟ ଖେଳି ପିତୃତ୍ୱ ଅବକାଶ ନେଇ ସ୍ୱଦେଶ ଫେରିଛନ୍ତି । ତେବେ କୋହଲିଙ୍କର ପୁଅ ହେବ ନା ଝିଅ ତାହାକୁ ନେଇ ଜ୍ୟୋତିର୍ବିଦ ଆକଳନ କରିଛନ୍ତି ।
ଜ୍ୟୋତିର୍ବିଦ ପଣ୍ଡିତ ଜଗନ୍ନାଥ ଗୁରୁଜୀଙ୍କ ଆକଳନ ଅନୁଯାୟୀ ବିରାଟ-ଅନୁଷ୍କାଙ୍କ ପ୍ରଥମ ସନ୍ତାନ କନ୍ୟା ହେବ । ତାଙ୍କ ସନ୍ତାନ ବି ବାପାମା’ଙ୍କ ଭଳି ବେଶ ପ୍ରତିଭାଶାଳୀ ହେବେ । ଯାହା ଏବେ ସାମାଜିକ ଗଣମାଧ୍ୟମରେ ବେଶ ଚର୍ଚ୍ଚା ସୃଷ୍ଟି କରିଛି । ବିରାଟଙ୍କ ପୁଅ ହେଲେ ସେ କ୍ରିକେଟର ଓ ଝିଅ ହେଲେ ଅଭିନେତ୍ରୀ ହେବେବୋଲି ପ୍ରଶଂସକମାନେ ମଜାରେ ମତ ପ୍ରକାଶ କରୁଛନ୍ତି ।
Comments ସମସ୍ତ ମତାମତ