Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ଗ୍ରାମାଞ୍ଚଳ ଅର୍ଥନୈତିକ ବିକାଶ ପାଇଁ ଉଦ୍ୟମ କରୁଛନ୍ତି ‘ଆଚାର ମଣିଷ’

    Share on :
    ajab-Image
    Date: Mar 4, 2021    Views: 2986

    ଆମ ରାଜ୍ୟ ପରି ଉତ୍ତରାଖଣ୍ଡର ଗ୍ରାମାଞ୍ଚଳରେ ମଧ୍ୟ ବେକାରି ସମସ୍ୟା ଅତ୍ୟନ୍ତ ଉକ୍ରଟ । ମୁଖ୍ୟତଃ କୃଷି ଉପରେ ନିର୍ଭରଶୀଳ ଲୋକେ ବର୍ଷସାରା ପର୍ଯ୍ୟାପ୍ତ କାମ ପାଉନଥିବାରୁ ଜୀବନ ଜୀବିକା ପାଇଁ ରାଜ୍ୟ ଛାଡ଼ି ଅନ୍ୟତ୍ର ଯିବାକୁ ବାଧ୍ୟ ହେଉଛନ୍ତି । ଆଖ ପାଖ ରାଜ୍ୟରେ ମୂଲ ଲାଗିବା ଏକ ସମ୍ମାନ ଜନକ କାମ ହୋଇନଥିଲେ ହେଁ ସେମାନଙ୍କ ପାଇଁ ଅନ୍ୟ ବାଟ ନାହିଁ । ଏହା ଦ୍ୱାରା ସାମାଜିକ ସଂସ୍କୃତି କ୍ରମଶଃ ନକାରାତ୍ମକ ଭାବେ ପ୍ରଭାବିତ ହେଉଛି । ସ୍ଥାନୀୟ କୁଟୀର ଶିଳ୍ପଠାରୁ ଆରମ୍ଭ କରି ଲୋକଗୀତ ପର୍ଯ୍ୟନ୍ତ ଅନେକ କିଛି ଗୁରୁତର ଭାବେ ପ୍ରଭାବିତ ହେଉଛି । ଉତ୍ତରାଖଣ୍ଡର ଗ୍ରାମାଞ୍ଚଳ ଅର୍ଥନୈତିକ ବିକାଶ ପାଇଁ ଉଦ୍ୟମ କରୁଛନ୍ତି ‘ଆଚାର ମଣିଷ’ ଭାବେ ପରିଚିତ ସରନାମ ସିଂହ ରାୱତ । ସେ ନିଜେ ଜଣେ ବଡ଼ ଚାଷୀ । ମୁଖ୍ୟତଃ କୃଷିଜୀବୀ ମାନେ କାମ ଧନ୍ଦା ଅନ୍ୱେଷଣରେ ବହୁ ସଂଖ୍ୟାରେ ଗ୍ରାମ ଛାଡ଼ି ଅନ୍ୟତ୍ର ଯିବା ଦେଖି ସେ କିଛି କଲ୍ୟାଣ ମୂଳକ କାର୍ଯ୍ୟକୁ ସମୟ ଦେବା ପାଇଁ ଚିନ୍ତା କରିଥିଲେ । ତାଙ୍କ ଉଦ୍ୟମର ସୁଫଳ ଗ୍ରାମ୍ୟ ଫ୍ରେସ’ । ଏହି ନାମରେ ଏକାଧିକ କାରଖାନା ବସାଇ ସେ ଆଚାର, ଜୁସ, ସସ, କ୍ୟାଣ୍ଡି, ଆଦିର ଉପôାଦନ ଓ ବିକି୍ର କରୁଛନ୍ତି । ଏହା ଦ୍ୱାରା ଗ୍ରାମୀଣ ମହିଳାମାନେ ବିଶେଷ ଭାବେ ଉପକୃତ ହେଉଛନ୍ତି । ପୁରୁଷମାନଙ୍କୁ ମଧ୍ୟ ମୂଲ ଲାଗିବା ପାଇଁ ଅନ୍ୟତ୍ର ଯିବାକୁ ପଡ଼ୁନାହିଁ । ଉତ୍ତରାଖଣ୍ଡର ବନାଞ୍ଚଳରେ ଅନେକ ପ୍ରକାରର ଫଳ ମୂଳ ଓ କୋଳି ଆଦି ନିର୍ଦ୍ଧିଷ୍ଟ ଋତୁରେ ପ୍ରଚୁର ପରିମାଣରେ ଫଳେ । ଯଥା-ଅଁଳା, ଜାମୁକୋଳି, ପିଜୁଳି, ଲେମ୍ବୁ ଓ ବିଭିନ୍ନ ପ୍ରକାରର ଜଙ୍ଗଲୀ କୋଳି । ଗ୍ରାମୀଣ ମହିଳାଙ୍କ ଦ୍ୱାରା ଏସବୁ ସଂଗ୍ରହ କରାଯାଇ, ଆଚାର, ସସ ଆଦିରେ ପରିଣତ କରାଯାଉଛି । ଏସବୁ ଶତ ପ୍ରତିଶତ ଜୈବିକ ।

    Maximum 500 characters

    ବିଶେଷ View all

    Find Us on Facebook