ମୁଖ୍ୟ ଖବର
ନୂଆଦିଲ୍ଲୀ : ବିଜୟ ଦିବସ ଉପଲକ୍ଷେ ଇଷ୍ଟର୍ଣ୍ଣ କମାଣ୍ଡ ପକ୍ଷରୁ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯିବା ସହିତ ୧୯୭୧ ଯୁଦ୍ଧର ନାୟକ ମାନଙ୍କୁ ସମ୍ବର୍ଦ୍ଧିିତ କରାଯିବ । ଭାରତୀୟ ଯବାନଙ୍କ ସହିତ ଏହି ମୁକ୍ତି ସଂଗ୍ରାମରେ ଅଂଶଗ୍ରହଣ କରିଥିବା ମୁକ୍ତିବାହିନୀ ସେନାର ପରିବାରଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯିବ । ଆସନ୍ତା ଡିସେମ୍ବର ୧୬ ତାରିଖରେ ବିଜୟ ଦିବସ ଅବସରରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ମେଜର ଜେନେରାଲ ଭି ଶ୍ରୀହରି ସୂଚନା ଦେଇଛନ୍ତି । ପାକିସ୍ତାନ ସେନା ଉପରେ ଭାରତୀୟ ସେନା ଏବଂ ମୁକ୍ତିବାହିନୀର ବିଜୟକୁ ପ୍ରତିବର୍ଷ ବିଜୟ ଦିବସ ଭାବରେ ପାଳନ କରାଯାଇଥାଏ ।
୧୯୭୧ ମସିହରାରେ ଭାରତୀୟ ଯବାନ ଏବଂ ଇଷ୍ଟର୍ଣ୍ଣ କମାଣ୍ଡର ସହାୟତାରେ ପାକିସ୍ତାନରୁ ଅଲଗା ହୋଇଥିଲା ଇଷ୍ଟ ପାକିସ୍ତାନ । ତେଣୁ ଏହି ଦିନଟି ଉଭୟ ଇଷ୍ଟର୍ଣ୍ଣ କମାଣ୍ଡ ଏବଂ ବାଂଲାଦେଶ ପାଇଁ ତ୍ତ୍ୱପୂର୍ଣ୍ଣ ବୋଲି ଶ୍ରୀହରି ପ୍ରକାଶ କରିଛନ୍ତି । ଏକ ନୂତନ ରାଷ୍ଟ୍ରର ସୃଷ୍ଟିର ଶ୍ରେୟ ଉଭୟ ଭାରତୀୟ ସେନା ଏବଂ ମୁକ୍ତି ବାହିନୀକୁ ଯାଉଛି । ତେଣୁ ଚଳିତ ବର୍ଷ ଭାରତୀୟ ସେନାର ୩୦ ଜଣ ଯୋଦ୍ଧାଙ୍କ ସମେତ ୬ ଜଣ ମୁକ୍ତିବାହିନୀ ସଦସ୍ୟଙ୍କୁ ସମ୍ବର୍ଦ୍ଧିତ କରାଯିବ ବୋଲି ଶ୍ରୀହରି ପ୍ରକାଶ କରିଛନ୍ତି ।
ଭାରତୀୟ ମୁକ୍ତି ଯୋଦ୍ଧା ଏବଂ ବାଂଲାଦେଶୀ ମୁକ୍ତି ଯୋଦ୍ଧା ମାନେ ଫୋର୍ଟ ୱିଲିୟମରେ ନିଜର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବେ । କରୋନା କଟକଣାକୁ ଦୃଷ୍ଟିରେ ରଖି ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ୨୦୨୦ରେ ବଙ୍ଗବନ୍ଧୁ ଶେଖ ମୁଜିବୁର ରେହମାନଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ଏକାଧିକ କାର୍ଯ୍ୟକ୍ରମର ଯୋଜନା କରାଯାଇଥିଲା । ତେବେ କରୋନା କାରଣରୁ ସମସ୍ତ କାର୍ଯ୍ୟକ୍ରମକୁ ବାତିଲ କରାଯାଇଛି ବୋଲି କୋଲକାତାରେ ଅବସ୍ଥାପିତ ବାଂଲା ଉଚ୍ଚାୟୁକ୍ତ ତୌଫିକ ହସନ ପ୍ରକାଶ କରିଛନ୍ତି ।
Comments ସମସ୍ତ ମତାମତ