Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ଗ୍ରୁପ-୩ କର୍ମଚାରୀଙ୍କ ପଦୋନ୍ନତି ପାଇଁ ସିସିଆର ଦରକାର ପଡ଼ିବନି: ମୁଖ୍ୟ ଶାସନ ସଚିବ

banner

ଆଂଚଳିକ

ମୁଖ୍ୟ ଖବର

    ଭିଜିଲାନ୍ସ ଜାଲରେ ଜିଲ୍ଲା ଯୋଗାଣ ଅଧିକାରୀ

    Share on :
    ajab-Image
    Date: Feb 13, 2020    Views: 2746

    କଳାହାଣ୍ଡି:  ଭିଜିଲାନ୍ସ ଜାଲରେ କଳାହାଣ୍ଡି ଜିଲ୍ଲା ଯୋଗାଣ ଅଧିକାରୀ । ଶିବ ପ୍ରସାଦ ଦୋରାଙ୍କ ଗାଡିରୁ ଲକ୍ଷେ ୧୦ହଜାର ଟଙ୍କା ଜବତ କରିଛି ଭିଜିଲାନ୍ସ । ଯୋଗାଣ ଅଧିକାରୀ ଶିବ ପ୍ରସାଦ ଦୋରା ମିଲରମାନଙ୍କଠାରୁ ଟଙ୍କା ନେଇ ଯାଉଥିବା କୌଣସି ସୂତ୍ରରୁ ଭିଜିଲାନ୍ସ ସୂଚନା ପାଇବା ପରେ ଚଢାଉ କରିଥିଲା । ଶିବ ପ୍ରସାଦ ଦୋରାଙ୍କ ହିଲ ଟାଉନ ଭଡା ଘର ସାମ୍ନାରୁ ବୋଲେରୋ ଗାଡିରେ ଟଙ୍କା ନେଇ ଯାଉଥିବା ବେଳେ ଭିଜିଲାନ୍ସ କର୍ମଚାରୀ ତାଙ୍କୁ ଅଟକାଇଥିଲେ । ସେଠାରୁ ୧ ଲକ୍ଷ ୧୦ ହଜାର ଟଙ୍କା ଜବତ ହୋଇଥିବା ଜଣାପଡିଛି । ତାଙ୍କ ଭବାନୀପାଟଣା ହିଲ ଟାଉନ ଭଡା ଘର, ନବରଙ୍ଗପୁର ପୈତୃକ ଘର ସମେତ ବିଭିନ୍ନ ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସ । ଭିଜିଲାନ୍ସ ଅଧିକାରୀ ଶିବପ୍ରସାଦଙ୍କୁ ଅଟକ ରଖି ପଚରାଉଚରା କରାଯାଉଥିବା ଜଣାପଡ଼ିଛି ।

    Maximum 500 characters

    ଆଂଚଳିକ View all

    Find Us on Facebook