Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଅର୍ଥନୀତି

ମୁଖ୍ୟ ଖବର

    ବିଧାନସଭାରେ ଆସିବ ୧୧ ହଜାର ୨୦୦ କୋଟିର ଅତିରିକ୍ତ ବଜେଟ

    Share on :
    ajab-Image
    Date: Nov 13, 2020    Views: 2253

    ଭୁବନେଶ୍ୱର: ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ପାଖାପାଖି ୧୧ ହଜାର ୨୦୦ କୋଟିର ଚିଠା ଅତିରିକ୍ତ ବଜେଟକୁ ମନ୍ତ୍ରୀ ପରିଷଦ ଅନୁମୋଦନ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ଗୋଟିଲଏ ପ୍ରସ୍ତାବ ବିଚାର ପାଇଁ ଆସିଥିଲା । ଆସନ୍ତା ୨୦ ତାରିଖ ଦିନ ବିଧାନସଭାରେ ଅର୍ଥମନ୍ତ୍ରି ଅତିରିକ୍ତ ବଜେଟ ଉପସ୍ଥାପନ କରିବେ । ୨୦୧୭-୧୮ରେ ୯୮୨୮ କୋଟି ୫୭ ଲକ୍ଷ, ୨୦୧୮-୧୯ରେ ୧୨ ହଜାର ୭୯୦ କୋଟି ଟଙ୍କାର ଅତିରିକ୍ତ ବଜେଟ ଉପସ୍ଥାପନ କରାଯାଇଥିଲା । ୨୦୧୯-୨୦ରେ ମୂଳ ବଜେଟ ବଢ଼ି ୧ ଲକ୍ଷ ୩୯ ହଜାର କୋଟିରେ ପହଞ୍ଚିଥିଲା । କିନ୍ତୁ ଅତିରିକ୍ତ ବଜେଟ ଖସି ୮ ହଜାର ୧୨୬ କୋଟି ୩୨ ଲକ୍ଷରେ ପହଞ୍ଚିଥିଲା । ଏବର୍ଷ ଅର୍ଥାତ ୨୦୨୦-୨୧ ରେ ମୂଳ ବଜେଟ ବେଶ ଆଖି ଦୃଶିଆ କରି ସରକାର ଦେଢ଼ ଲକ୍ଷ କୋଟିରେ ପହଞ୍ଚିଥିେ ଲ ହେଁ କୋଭିଡ ପରିପ୍ରେକ୍ଷୀରେ ସରକାର ବାଧ୍ୟ ହୋଇ ଏକ ବଡ଼ ଅତିିରିକ୍ତ ବଜେଟ ପ୍ରସ୍ତୁତ କରିଛନ୍ତି । ଯାହା ବିଶେଷ କରି ଋଣ ଓ କେନ୍ଦ୍ର ସରକାରଙ୍କ ହାତଟେକା ଉପରେ ପର୍ଯ୍ୟବସିତ ବୋଲି କୁହାଯାଉଛି ।

    ଅବଶ୍ୟ କରୋନା ମହାମାରୀ ଏବଂ ଲକଡାଉନ ଓ ସଟଡାଉନ ସତ୍ତ୍ୱେ ରାଜ୍ୟର ରାଜସ୍ୱ ଆଦାୟ ବୃଦ୍ଧି ପାଇଛି । ଅକ୍ଟୋବର ଶେଷ ସୁଦ୍ଧା ରାଜ୍ୟର ଟିକସ ଓ ଅଣଟିକସ ରାଜସ୍ୱ ଆୟ ୨.୨୭ ପ୍ରତିଶତ ବା ୨୫୫୭୧.୪୨ କୋଟି ଟଙ୍କା ହୋଇଛି । ଅଣ ଟିକସ ରାଜସ୍ୱ ଆୟ ଏହି ସମୟ ମଧ୍ୟରେ ୨୩.୪୧ ପ୍ରତିଶତ ବୃଦ୍ଧି ଘଟି ୯୨୯୬.୬୦ କୋଟି ଟଙ୍କାରେ ପହଞ୍ଚିଛି । କିନ୍ତୁ ଏହା ବର୍ତ୍ତମାନ ପରିସ୍ଥିତିରେ ସରକାରଙ୍କ ପାଇଁ ବିଶେଷ ଆଶ୍ୱସ୍ତି ଆଣିପାରିବ ନାହିଁ । ଏଥର ବିଶାଳ ମୂଳ ବଜେଟକୁ କରୋନା ବିଗାଡ଼ି ଦେଇଥିଲା । ଅନେକ ଆଖି ଦୃଶିଆ ପ୍ରକଳ୍ପ ରାଜ୍ୟ ସରକାର ହାତକୁ ନେଇଥିଲେ ହେଁ, ବିପର୍ଯ୍ୟସ୍ତ ଅର୍ଥନୀତି କାରଣରୁ ଏହାର କାର୍ଯ୍ୟାନ୍ୱୟନ ତ ହୋଇପାରିନଥିଲା ବରଂ ଅର୍ଥ ବିଭାଗ କଟକଣା ଲାଗୁ କରିବାକୁ ବାଧ୍ୟ ହୋଇଥିଲେ । ଉଲ୍ଲେଖଯୋଗ୍ୟ, ରାଜ୍ୟ ଅର୍ଥନୀତି ଚିତ୍ରରେ ସାମାନ୍ୟ ସୁଧାର ଆସିଥିଲେ ହେଁ ଏବେ ବି ସଙ୍ଗିନ ରହିଛି । ସରକାର ଓମବାଡସି ଆଦିରୁ ୧୨ ହଜାର କୋଟି ଟଙ୍କା ଆଣିବାକୁ ବାଟ ଖୋଲିଛନ୍ତି । ଏହା ବାଦ ୭ ମାସ ମଧ୍ୟରେ ୨୦୧୯-୨୦ ପାଇଁ ଜିଏସଟି ବକେୟା ବାବଦରେ ୫୧୨୨ କୋଟି ଟଙ୍କା ମିଳିଛି, ୨୦୨୦-୨୧ ପାଇଁ ୨୨୫୮ କୋଟି ଟଙ୍କା ଅତିରିକ୍ତ ଋଣ ସୁବିଧା ଜରିଆରେ ୨୮୫୮ କୋଟି ଟଙ୍କା ରାଜ୍ୟ ପାଇଛି ।

    Maximum 500 characters

    ଅର୍ଥନୀତି View all

    Find Us on Facebook