Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବାସ୍ତୁଶାସ୍ତ୍ର

ମୁଖ୍ୟ ଖବର

    ବାସ୍ତୁ ଅନୁଯାୟୀ କରନ୍ତୁ ଷ୍ଟଡ଼ି ରୁମ, ପିଲାଙ୍କ ପାଠପଢ଼ାରେ ଲାଗିବ ମନ

    Share on :
    ajab-Image
    Date: Aug 26, 2020    Views: 3022

    କ୍ୟାରୟରକୁ ନେଇ ଏବେ ଚାଲିଛି ପ୍ରତିଯୋଗିତା । ଅନ୍ୟପକ୍ଷରେ ମନୋରଞ୍ଜନ ପାଇଁ ବିଭିନ୍ନ ସାମଗ୍ରୀ ବାହାରିଲାଣି  । ଏମିତିରେ ପିଲାମାନଙ୍କ ମନ ପାଠପଢ଼ାରେ କେମିତି ଲାଗିବ ସେନେଇ ମା’ବାପାଙ୍କ ଚିନ୍ତା ଦିନକୁ ଦିନ ବଢ଼ିବାରେ ଲାଗିଛି  । ଏପରି ସ୍ଥିତିରେ ବିଦ୍ୟାର୍ଥୀଙ୍କ ପାଇଁ ବାସ୍ତୁ ହିସାବରେ ଷ୍ଟଡି ରୁମ୍ ହେବା ଅତ୍ୟନ୍ତ ଜରୁରୀ  । ଏଥିରେ ଦ୍ୱିମତ ନାହିଁ ଯେ, ପିଲାଙ୍କ ଚାରିପାଖର ହାବଭାବ ପିଲାଙ୍କ ଉପରେ ପ୍ରଭାବ ପକାଇଥାଏ  । ସେ ପିଲାଙ୍କ ରୁମର ରଙ୍ଗ ହେଉ କିମ୍ବା ରୁମରେ ଲାଗିଥିବା ଫଟୋ, ନହେଲେ ତାଙ୍କ ଷ୍ଟଡି ରୁମର ଟେବୁଲ ହେଉ  । ତେବେ ଜାଣିବା ବାସ୍ତୁ ଅନୁଯାୟୀ କିପରି ପିଲାଙ୍କ ଷ୍ଟଡି ରୁମ୍ କରିବେ  ।

    ଷ୍ଟଡି ରୁମର ଦିଗ ଓ ରଙ୍ଗ : ବାସ୍ତୁ ଅନୁସାରେ ପଶ୍ଚିମ ଦିଗରେ ଷ୍ଟଡ଼ି ରୁମ ହେଲେ ପିଲାମାନଙ୍କ ପାଇଁ ଭଲ  । ପୂର୍ବ ଓ ଉତ୍ତର ପୂର୍ବ ଦିଗରେ ମଧ୍ୟ ଷ୍ଟଡି ରୁମ୍ ତିଆରି କରିପାରିବେ  । ଧ୍ୟାନ ରଖିବେ ଯଦି ଷ୍ଟଡି ରୁମ ପଶ୍ଚିମ ଦିଗରେ ରହିଛି ତେବେ ରୁମ୍ର କାନ୍ଥ ରଙ୍ଗ ଲାଇଟ କ୍ରିମ ରଙ୍ଗ ଦେବେ  । ଯଦି ଷ୍ଟଡି ରୁମ ପୂର୍ବ ଦିଗରେ ଅଛି ତେବେ କାନ୍ଥରେ ହଲକା ସବୁଜ ରଙ୍ଗ ଦେବେ  । ଉତ୍ତର ପୂର୍ବ ଦିଗରେ ଷ୍ଟଡି ରୁମ ଥିଲେ କାନ୍ଥରେ ହାଲକା ନୀଳ ରଙ୍ଗ ଦେବେ  । ବାସ୍ତୁ ଅନୁଯାୟୀ ରଙ୍ଗ ଦେଲେ ପାଠପଢ଼ାରେ ପିଲାଙ୍କ ଏକାଗ୍ରତା ବଢେ଼  ।

    ଷ୍ଟଡ଼ି ଟେବୁଲ : ଷ୍ଟଡି ଟେବୁଲର ଆକାର ବର୍ଗାକାର କିମ୍ବା ଆୟତ୍ତକାର ହେବା ଦରକାର  । ଉକ୍ତ ଟେବୁଲକୁ ଆପଣ ପଶ୍ଚିମ ଦିଗରେ ରଖି ପାରିବେ  । ଏହାଛଡ଼ା ପଢ଼ିଲା ବେଳେ ମୁହଁ ସବୁବେଳେ ପୂର୍ବ କିମ୍ବା ଉତ୍ତର ଦିଗକୁ ରହିବା ଦରକାର  । ଷ୍ଟଡି ଟେବୁଲ ସାମନାରେ କିମ୍ବା ପଛରେ ରୁମ୍ କବାଟ ନଥିବା ଦରକାର  । 

    ଷ୍ଟଡି ଟେବୁଲ ସାମନା କାନ୍ଥରେ ଦର୍ଶନ ବୋର୍ଡ ରଖିବେ  । ଯେଉଁଥିରେ ପିଲା ନିଜ କ୍ୟାରିୟରରେ କ’ଣ କରିବାକୁ ଚାହୁଁଛି ଲେଖି ରଖିବା ସହିତ ନିଜ କ୍ୟାରୟର ସମ୍ବନ୍ଧୀୟ ଚିତ୍ର ମଧ୍ୟ ଲଗାଇପାରିବ  । ଏପରି କଲେ ନିଜ ଲକ୍ଷ୍ୟ ବିଷୟରେ ପିଲା ସବୁବେଳେ ମନ ପକେଇବେ  । ନିଜର ଲକ୍ଷ୍ୟ ପୂରଣ ପାଇଁ ପରିଶ୍ରମ କରିବେ  । ଯାହା ତାହାଙ୍କୁ ପ୍ରେରଣା ଯୋଗାଇବ  ।

    Maximum 500 characters

    ବାସ୍ତୁଶାସ୍ତ୍ର View all

    Find Us on Facebook