Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆମ ଭାଷା ଆମ ସାହିତ୍ୟ

ମୁଖ୍ୟ ଖବର

    ବର୍ଷକ ବାରମାସ ମା’ ଉତ୍ତରମୁଖୀଙ୍କ ପ୍ରିୟ ପୋଡାମାଛ

    Share on :
    ajab-Image
    Date: Oct 20, 2020    Views: 2604

    ମା’ଙ୍କ ଆଗମନରେ ଧରଣୀ ଫାଠିଉଠୁଛି  । ଧୂପ,ଦୀପ ନୈବେଦ୍ୟରେ ମହକି ଉଠିଲାଣି ସହରରୁ ପୂରପଲ୍ଲୀ  । ନବରାତ୍ରୀ ଆରମ୍ଭ ହୋଇଯାଇଥିବାବେଳେ ମା’ଙ୍କ ପାଖରେ ଫଳ ଭୋଗର ଚାହିଦା ବଢ଼ିଛି  । ମାତ୍ର ବାଲିଅନ୍ତା ମା’ ଉତ୍ତରମୁଖୀଙ୍କ ପ୍ରିୟପୋହଳା ପୋଡାମାଛ ହୋଇଥିବାରୁ ପୀଠରେ ପୋଡାମାଛରେ ମହକି ଉଠୁଛି । ବର୍ଷକ ବାରମାସ ଏଠାରେ ପୋହଳା ପୋଡାମାଛ ଭୋଗ ଲାଗିହୁଏ । ପବିତ୍ର ଷୋଳପୂଜା ଅବସରରେ ଏହି ଭୋଗର ସ୍ୱତନ୍ତ୍ରତା ରହିଛି  । କରୋନା କଟକଣା ସତ୍ତ୍ୱେ ଶ୍ରଦ୍ଧାଳୁ ପ୍ରତିଦିନ ପୋଡା ପୋହଳା ଦେବୀଙ୍କୁ ଅର୍ପଣ କରୁଛନ୍ତି  । ନବରାତ୍ରି ଲାଗି ମନ୍ଦିରରେ ଅଖଣ୍ଡ ଜଳିଉଠୁଛି  । ବିଭିନ୍ନ ସୂନା, ରୂପା ଅଳଙ୍କାରରେ ମା’ଙ୍କ ଆଭୂଷଣ ଝଲମଲ ଦିଶୁଛି   । ଦେବୀଙ୍କ ପାଖେ ପୂର୍ବାହ୍ନରେ ପୋହଳା ପୋଡାମାଛ ବଳି ଦିଆଯାଉଥିବାବେଳେ ମଧ୍ୟାହ୍ନରେ ଖେଚୁଡି ଓ ଡାଲମା ଭୋଗ ଲାଗି ହେଉଛି  । ସନ୍ଧ୍ୟାରେ ଅଟା ଓ ମଇଦାରୁ ପ୍ରସ୍ତୁତି ଡାଳିମ୍ବ ଭୋଗ ହେଉଛି  । ମହାଷ୍ଟମୀ, ନବମୀ ଓ ଦଶମୀ ତିନି ଦିନ ଧରି ହୋମଯଜ୍ଞ ସମ୍ପନ୍ନ ହେବ ବୋଲି ମୁଖ୍ୟପୂଜକ କହିଛନ୍ତି  । 

    Maximum 500 characters

    ଆମ ଭାଷା ଆମ ସାହିତ୍ୟ View all

    Find Us on Facebook