Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ରାୟଗଡ଼ା ଜିଲ୍ଲା ଗୁଣପୁର ତହସିଲଦାର ଲକ୍ଷ୍ମୀନାରାୟଣ ସାବତ ନିଲମ୍ବିତ

banner

ରାଜ୍ୟ ଖବର

ମୁଖ୍ୟ ଖବର

    ଶୋଚନୀୟ ଅବସ୍ଥାରେ ଉରାଳି ନଦୀବନ୍ଧ ରାସ୍ତା : ଆନେ୍ଦାଳନ ଧମକ

    Share on :
    ajab-Image
    Date: Sep 23, 2020    Views: 3908

    କଟକ : ଉରାଳି ନଦୀବନ୍ଧ ରାସ୍ତା ଦୀର୍ଘଦିନ ଧରି ମରାମତି ହୋଇନଥିବାରୁ ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ନଦୀ ବନ୍ଧ ରାସ୍ତା ଗୋପାଳପୁରରୁ ଗୋବିନ୍ଦପୁର ଯାଏଁ ଲମ୍ବିଛି ।  ଉରାଳି ଗ୍ରାମ କଟକ ମହାନଗର ନିଗମ ଅଧୀନରେ ଆସୁଥିଲେ ମଧ୍ୟ ସିଏମସି ଅଧିକାରୀଙ୍କ ଏଥିପ୍ରତି ନିଘା ନାହିଁ । 
    ଦୁଇଟି ଗ୍ରାମର ଲୋକ ଏହି ରାସ୍ତା ଉପରେ ନିର୍ଭରଶୀଳ ରହିଥିଲେ ମଧ୍ୟ କୌଣସି ଅଧିକାରୀ ରାସ୍ତାର ଅବସ୍ଥା ପ୍ରତି ଦୃଷ୍ଟି ଦେଉନାହାନ୍ତି । ରାସ୍ତା ଏତେ ଖରାପ ରହିଛି କି ସାଇକେଲରେ ଯିବା ଆସିବା ଅସମ୍ଭବ ବ୍ୟାପାର ରହିଛି । କିଛି ଦିନ ତଳେ ରାସ୍ତା କାମ ହୋଇଥିଲେ ମଧ୍ୟ ନିମ୍ନମାନର କାମ କାରଣରୁ ରାସ୍ତାରେ ବଡ ବଡ ଗାତ ସୃଷ୍ଟି ହୋଇଛି । ଆରଡି ଅଫିସରର କର୍ମଚାରୀ ଏହି ଦୁର୍ନୀତିକୁ ଦେଖି ମଧ୍ୟ ନିଦା ବିଷ୍ଣୁ ପାଲଟି ଯାଇଛନ୍ତି । ଆସନ୍ତା ୧୦ ଦିନ ମଧ୍ୟରେ ରାସ୍ତା କାମ କରାନଗଲେ ଜିଲ୍ଳା କଂଗ୍ରେସ କମିଟି ଏବଂ ନଦୀବନ୍ଧ କଡ ଗ୍ରାମବାସୀ ଧାରଣାରେ ବସିବେ ବୋଲି କଂଗ୍ରେସ କମିଟି ସାଧାରଣ ସମ୍ପାଦକ ମନୋରଞ୍ଜନ ଖଟୁଆ ସୂଚନା ଦେଇଛନ୍ତି ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook