Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଜୁଲାଇ ୩୧ ଯାଏଁ କ’ଣ ବନ୍ଦ ଜାଣନ୍ତୁ ?

    Share on :
    ajab-Image
    Date: Jun 30, 2020    Views: 4553

    ନୂଆଦିଲ୍ଲୀ : ଦେଶରେ ଆର୍ଥିକ ଗତିବିଧିକୁ ତ୍ୱରାନ୍ୱିତ କରିବା ଲାଗି କେନ୍ଦ୍ର ସରକାର ରାତିରେ ଅନଲକ-୨ ପାଇଁ ମାର୍ଗ ଦର୍ଶିକା ଜାରି କରିଛନ୍ତି । ବିପର୍ଯ୍ୟୟ ପରିଚାଳନା ଆଇନ ୨୦୦୫ ଅନୁସାରେ ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଏନଡିଏମଏ) ପକ୍ଷରୁ ଏହି ମାର୍ଗଦର୍ଶିକା ଜାରି ହୋଇଛି । ସେଥିରେ କଣ୍ଟେନମେଣ୍ଟ ଜୋନରେ ଲକଡାଉନ କଟକଣା ଜୁଲାଇ ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିବା ବେଳେ ଅନ୍ୟ ଅଞ୍ଚଳ ପାଇଁ କେତେକ ଗତିବିଧିକୁ ଅନୁମତି ମିଳିଛି । ଜୁନ ୩୦ ତାରିଖ ରେ ଅନଲକ-୧ ଶେଷ ହୋଇଥିବା ବେଳେ ଜୁଲାଇ ୧ ତାରିଖରୁ ଅନଲକ-୨ ମାର୍ଗଦର୍ଶିକା କାର୍ଯ୍ୟକାରୀ କରିବାକୁ କୁହାଯାଇଛି ।

    ମାର୍ଗଦର୍ଶିକା ଅନୁସାରେ ଆସନ୍ତା ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ  ସ୍କୁଲ, କଲେଜ ଓ କୋଚିଂ ସେଣ୍ଟର ବନ୍ଦ ରହିବ । ଅନଲାଇନ ପାଠପଢ଼ା ଜାରି ରହିବ । ମେଟ୍ରୋ ରେଳ ସେବା ଓ ଅନ୍ତର୍ଜାତୀୟ ବିମାନ ସେବା ମଧ୍ୟ  ବନ୍ଦ ରହିବ । ସିନେମା ହଲ, ସୁଇମିଂ ପୁଲ, ଜିମ, ପାର୍କ, ଥିଏଟର, ବାର, ଅଡିଟୋରିୟମ ଆଦି ଖୋଲିବାକୁ ଅନୁମତି ମିଳିବ ନାହିଁ । ସାମାଜିକ ରାଜନୈତିକ, କ୍ରୀଡ଼ା, ଧାର୍ମିକ ଓ ମନୋରଞ୍ଜନ କାର୍ଯ୍ୟକ୍ରମ ହୋଇପାରିବ ନାହିଁ । ଉପରୋକ୍ତ କାର୍ଯ୍ୟକଳାପ ପାଇଁ ପୃଥକ ଭାବେ ନିଷ୍ପତ୍ତି ନିଆଯାଇପାରିବ । କିନ୍ତୁ ଏଥିପାଇଁ ସାମାଜିକ ଦୂରତା ଓ ସଂକ୍ରମଣ ଯେଭଳି ନ ବ୍ୟାପିବ ତାହା ସୁନିଶ୍ଚିତ କରିବା ଲାଗି ଏସଓପି ଜାରି କରିବାକୁ ପଡ଼ିବ ।

    କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତାଲିମ ପ୍ରତିଷ୍ଠାନ ଗୁଡ଼ିକ ଜୁଲାଇ ୧୫ ତାରିଖ ପରେ ଖୋଲିପାରିବେ । ତେବେ ଏହା କିଭଳି ପରିଚାଳିତ ହେବ ତା ପାଇଁ କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ଏସଓପି ଜାରି କରାଯିବ । ସୀମିତ ସଂଖ୍ୟାରେ ଦେଶ ଭିତରେ ବିମାନ ସେବା ଓ ପାସେଞ୍ଜର ଟ୍ରେନ ସେବା ଆରମ୍ଭ ହୋଇଛି । ଧୀରେ ଧୀରେ ଏହାକୁ ବୃଦ୍ଧି କରାଯିବ । ରାତି୍ରକାଳୀନ କର୍ଫୁ୍ୟ ରାତି ୧୦ଟାରୁ ପରଦିନ ଭୋଟ ୫ଟା ପର୍ଯ୍ୟନ୍ତ ବଳବତ୍ତର ରହିବ ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook