Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଖୋଲିଲା ବିଶ୍ୱବିଦ୍ୟାଳୟ ଓ ଡିଗ୍ରି କଲେଜ

    Share on :
    ajab-Image
    Date: Jan 11, 2021    Views: 3962

    ଭୁବନେଶ୍ୱର: ଖୋଲିଲା ଉଚ୍ଚ ଶିକ୍ଷା ବିଭାଗ ଅଧୀନ ବିଶ୍ୱବିଦ୍ୟାଳୟ ଓ ଡିଗ୍ରି କଲେଜ । ୯ମାସ ପରେ ଖୋଲିଲା ଉଚ୍ଚ ଶିକ୍ଷାନୁଷ୍ଠାନ । ପ୍ରଥମ ପର୍ୟ୍ୟାୟରେ ୟୁଜି ଓ ପିଜି ଶେଷ ବର୍ଷ ଛାତ୍ରଛାତ୍ରୀଙ୍କ କ୍ଲାସରୁମ୍ ପାଠପଢ଼ା ଅନୁଷ୍ଠିତ ହେବ । ସେମିଷ୍ଟର୍ ପରୀକ୍ଷା ବ୍ୟବସ୍ଥାରେ ୟୁଜିର ପଂଚମ ଓ ପିଜିର ୩ୟ ସେମିଷ୍ଟାର ଛାତ୍ରଛାତ୍ରୀଙ୍କ କ୍ଲାସରୁମରେ ପାଠପଢ଼ା ହୋଇ ମାର୍ଚ୍ଚ ୧୫ ପର୍ୟ୍ୟନ୍ତ ଚାଲିବ । ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଅଧୀନ ସମସ୍ତ ବୈଷୟିକ ବିଶ୍ୱବିଦ୍ୟାଳୟ, ଇଂଜିନିୟରିଂ ଓ ପ୍ରଫେସନାଲ କଲେଜ, ଡିପ୍ଲୋମା, ପୋଷ୍ଟ ଡ଼ିପ୍ଲୋମା ଶିକ୍ଷାନୁଷ୍ଠାନ ମଧ୍ୟ ଖୋଲିଛି ।

    ପିଜି, ୟୁଜି ଡିପ୍ଲୋମା, ପୋଷ୍ଟ ଡିପ୍ଲୋମା ଶେଷବର୍ଷ ଛାତ୍ରଛାତ୍ରୀଙ୍କ କ୍ଲାସରୁମ୍ ପାଠପଢ଼ା ଆରମ୍ଭ ହେବା ନେଇ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ନିର୍ଦ୍ଦେଶାବଳୀ ଜାରି ହୋଇଛି । ଓୟୁଏଯି ସମେତ ଏହା ଅଧୀନ ୯ଟି ମହାବିଦ୍ୟାଳୟରେ ମଧ୍ୟ ଶ୍ରେଣୀଗୃହ ଶିକ୍ଷାଦନ ଆରମ୍ଭ ହେବ । ସେପଟେ କୋଭିଡ଼ କଟକଣାକୁ ମାନି ବାଲେଶ୍ୱର ଫକିର ମୋହନ ବିଶ୍ୱବିଦ୍ୟାଳୟ ଖୋଲିବ । ଛୁଟିଦିନ ମାନଙ୍କରେ ମଧ୍ୟ କଲେଜ ଆସିବେ ଛାତ୍ରଛାତ୍ରୀ । ଅଭିଭାବଙ୍କ ସ୍ୱାକ୍ଷରିତ କନ୍ସେନ ଲେଟର ଜମା କଲେ ଯାଇ ନିଜ ପରିଚୟ ପତ୍ର ଦେଖାଇ ବିଦ୍ୟାର୍ଥୀ କଲେଜ ଭିତରକୁ ପ୍ରବେଶ କରିବାକୁ ଅନୁମତି ପାଇବେ ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook