Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆଂଚଳିକ

ମୁଖ୍ୟ ଖବର

    ସାମାଜିକ ଦୂରତ୍ୱ ପାଇଁ ଛତା

    Share on :
    ajab-Image
    Date: Apr 30, 2020    Views: 2783

    ଭୁବନେଶ୍ୱର: ଆପଣମାନେ କରୋନା ଲକଡାଉନ ସମୟରେ  ଅତ୍ୟାବଶ୍ୟକୀୟ ସାମଗ୍ରୀ ହେଉ ଅବା ଜରୁରୀ କାମ ପାଇଁ ଯଦି ବାହାରକୁ ଯାଉଥାନ୍ତି ତେବେ  ଛତା ଖୋଲି ଯାଆନ୍ତୁ ।  ଖରା ହେଉ ଅବା ନହେଉ । ବର୍ଷା ହେଉ ଅବା ନହେଉ ।  ଛତା ଖୋଲିକି ଯାଆନ୍ତୁ ।  ଏମିିତି ହେଲେ  ଦୂରତ୍ୱ ବଜାୟ ରହିବ ।  ସାମାଜିକ ଦୂରତ୍ୱ ବଜାୟ ରଖିବା ପାଇଁ ଏଭଳି ଏକ ଅଭିନବ ପନ୍ଥା ଆପଣାଇବାକୁ କହିଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲଶଙ୍ଗେ । 

       କରୋନା କବଳରେ ଏବେ ସାରା ବିଶ୍ୱ । ଓଡ଼ିଶା ବି ଏଥିରୁ ବାଦ ପଡ଼ିନାହିଁ । ତେବେ କରୋନା ମୁକାବିଲା ପାଇଁ ସାମାଜିକ ଦୂରତ୍ୱକୁ ଗୁରୁତ୍ୱ ଦିଆଯାଉଥିବାବେଳେ ଅଧିକାଂଶ ସ୍ଥାନରେ ଏହାର ଉଲ୍ଲଂଘନ ହେଉଥିବା  ଦେଖିବାକୁ ମିଳୁଛି । ତେବେ ଗଞ୍ଜାମ ଜିଲ୍ଲାପାଳଙ୍କ ଉପରୋକ୍ତ ପନ୍ଥା ଫଳପ୍ରଦ ହେବ ବୋଲି ଆଶା କରାଯାଉଛି ।

    ଏହି ଅବସରରେ ଗଞ୍ଜାମ ଜିଲ୍ଲାପାଳ କହିଛନ୍ତି ଯେ, ଜିଲ୍ଲାକୁ ଫେରିବାକୁ ୨ ଲକ୍ଷ ଲୋକ ପଞ୍ଜିକରଣ କରିସାରିଲେଣି ।  ଆଗନ୍ତୁକ ଶ୍ରମିକଙ୍କୁ ୧୪ ଦିନ କ୍ୱାରେଣ୍ଟାଇନରେ ରଖାଯିବା ବ୍ୟବସ୍ଥା ହୋଇଛି ।  ତେବେ ଏନେଇ ଆତଙ୍କିତ ନହେବାକୁ ସେ ଜିଲ୍ଲାବାସୀଙ୍କୁ ପରାମର୍ଶ ଦେଇଛନ୍ତି । 

    Maximum 500 characters

    ଆଂଚଳିକ View all

    Find Us on Facebook