Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଗିରଫ ହେଲେ ଭାବି ମୁଖ୍ୟମନ୍ତ୍ରୀଙ୍କ ପୁଅ

    Share on :
    ajab-Image
    Date: Nov 20, 2020    Views: 3823

    ଚେନ୍ନାଇ : ନିର୍ବାଚନୀ ରାଲି କରିବା ଅଭିଯୋଗରେ ଚେନ୍ନାଇ ପୋଲିସ ଡିଏମକେ ନେତା ଏମ କେ ଷ୍ଟାଲିନଙ୍କ ପୁଅ ଉଦୟନିଧିଙ୍କୁ ଆଜି ଗିରଫ କରାଯାଇଛି ।  ଦଳର ନିର୍ବାଚନୀ ପ୍ରଚାର ଆରମ୍ଭ କରିଥିବା ବେଳେ କୋଭିଡ ଗାଇଡଲାଇନକୁ ଅଣଦେଖା କରାଯାଇଥିଲା ।  ଏହି କାରଣ ପାଇଁ ପୋଲିସ ଉଦୟନିଧିଙ୍କୁ ଗିରଫ କରିଥିଲା । ଆସନ୍ତା ବର୍ଷ ହେବାକୁ ଥିବା ନିର୍ବାଚନ ପୂର୍ବରୁ ୭୫ ଦିନିଆ କ୍ୟାମ୍ପେନର ଶୁଭାରମ୍ଭ କରିବା ଅବସରରେ ଅଧିକ ଭିଡ ହୋଇଥିଲା । ପୂର୍ବତନ ଡିଏମକେ ମୁଖ୍ୟ ଏମ କରୁଣାନିଧିଙ୍କ ଜନ୍ମସ୍ଥାନ ତିରୁକ୍କୁ ଭଲାଇରେ ଏହି ୭୫ ଦିନିଆ କ୍ୟାମ୍ପେନର ଶୁଭାରମ୍ଭ କରାଯାଇଛି । ଏହି କ୍ୟାମ୍ପେନର ନାମ ସକାଳ ପାଇଁ ଷ୍ଟାଲିନଙ୍କ ସ୍ୱର ରଖାଯାଇଛି । ଏହି କ୍ୟାମ୍ପନରେ ଲୋକସଭା ସାଂସଦ କାନିମୋଝି, କେ ପୋନମୁଡି ଏବଂ ଆଇ ପେରିୟାର ସ୍ୱାମୀ ପ୍ରମୁଖ ଯୋଗ ଦେଇଥିଲେ ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook