Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ୫୦ କେଜିର କଇଁଛ ଉଦ୍ଧାର, ୪ ଗିରଫ

    Share on :
    ajab-Image
    Date: Oct 18, 2020    Views: 3477

    କଟକ : କଟକ ଚୌଦ୍ୱାର ସହରରୁ ଏକ ୫୦ କେଜିର କଇଁଛ ଉଦ୍ଧାର କରାଯାଇଛି  । ବନବିଭାଗ ଏହି କଇଁଛକୁ ଉଦ୍ଧାର କରିବା ସହ ୪ ଜଣକୁ ଗିରଫ କରିଥିବା ଜଣାପଡ଼ିଛି  । ଚୌଦ୍ୱାର ପୌରପାଳିକା ୫ ନମ୍ବର ୱାର୍ଡ ଅନ୍ତର୍ଗତ ଦେହୁରୀ ସାହିର ମାୟାଧର ଦେହୁରୀଙ୍କ ଘରୁ ଏହି କଇଁଛ ଉଦ୍ଧାର କରାଯାଇଛଇ  ।

    ପ୍ରକାଶ ଯେ, ମଧୁର ଜଳ ପ୍ରଜାତିର ଏହି କଇଁଛଟିକୁ ବିରୂପା ନଦୀରୁ ବଂଶୀକଣ୍ଟାରେ ମାଛଧରାଳୀ ଧରିଥିଲେ  । କଇଁଛଟିକୁ ଜବତ କରିବା ପରେ ଏଥିରେ ସଂପୃକ୍ତ ଥିବା ୧୭ ନମ୍ବର ୱାର୍ଡ ନୂଆସାହିର ନୂତନ ଗୋଚ୍ଛାୟତ, ସୁରଜନ ମିର୍ଜା, ଗଣେଶ ସିଂଙ୍କୁ ଗିରପ କରାଯାଇଛି  । ବନବିଭାଗ ପକ୍ଷରୁ କଇଁଛଟିକୁ ଉଦ୍ଧାର କରାଯିବା ପରେ ଭୁବନେଶ୍ୱରର ଓୟୁଏଟିକୁ ପଠାଇ ତାର ଚିକିତ୍ସା କରାଯାଇଛି  । 

    Maximum 500 characters

    ତାଜା ଖବର View all

    Find Us on Facebook