Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ଗ୍ରୁପ-୩ କର୍ମଚାରୀଙ୍କ ପଦୋନ୍ନତି ପାଇଁ ସିସିଆର ଦରକାର ପଡ଼ିବନି: ମୁଖ୍ୟ ଶାସନ ସଚିବ

banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ମନ୍ତ୍ରୀ ଟୁକୁନି ସାହୁଙ୍କ ମାନବିକତା, ନିଜ ଗାଡ଼ିରେ ଆହତ ମହିଳାଙ୍କୁ ନେଲେ ଡାକ୍ତରଖାନା

    Share on :
    ajab-Image
    Date: Feb 5, 2020    Views: 3659

    ଟିଟିଲାଗଡ଼/ସଇନ୍ତଳା: ମାନବିକତା ଦେଖାଇଲେ ମନ୍ତ୍ରୀ । ରାସ୍ତାରେ ଯାଉଥିବା ବେଳେ ଜଣେ ଦୁର୍ଘଟଣାଗ୍ରସ୍ତ ମହିଳାଙ୍କୁ ନିଜ ଗାଡ଼ିରେ ବସାଇ ଡାକ୍ତରଖାନା ଆଣିଲେ । ଏଥିପାଇଁ ତାଙ୍କ କାର୍ଯ୍ୟକ୍ରମ ଏପଟ ସେପଟ ହୋଇଥିବା ଜଣାପଡ଼ିଛି । ଟିଟିଲାଗଡ଼ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ସଇନ୍ତଳା ବ୍ଲକ୍ ଦେଇ ମଙ୍ଗଳବାର ରାଜ୍ୟ ମହିଳା ଓ ଶିଶୁବିକାଶ  ମନ୍ତ୍ରୀ ଟୁକୁନି ସାହୁ ନିଜ ଗାଡ଼ିରେ ଯାଉଥିଲେ । ଗୁଡ଼ଭେଲା ବ୍ଲକରେ ତାଙ୍କର କୌଣସି ଏକ କାର୍ଯ୍ୟକ୍ରମ ଥିଲା । ହଠାତ୍ ସଇନ୍ତଳା ନିକଟ କନ୍ଧକେଲଗାଁ ଛକ ପାଖରେ ଜଣେ ମହିଳା ଦୁର୍ଘଟଣାଗ୍ରସ୍ତ ହୋଇ ପଡ଼ିଥିବା ଦେଖିବାକୁ ପାଇଥିଲେ । ସେ ତୁରନ୍ତ ତାଙ୍କ ଗାଡ଼ିକୁ ଅଟକାଇବା ସହ ତାଙ୍କ ଗାଡ଼ିରେ ଦୁର୍ଘଟଣାଗ୍ରସ୍ତ ମହିଳାଙ୍କୁ ପ୍ରାୟ ୬ କିମି ଦୂର ସଇନ୍ତଳା ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆଣିଥିଲେ । ଦୁର୍ଘଟଣାଗ୍ରସ୍ତ ମହିଳା ଜଣକ ଦେଓଗାଁ ବ୍ଲକ୍ ଉଡ଼ାର ପଞ୍ଚାୟତ ଲେହେରେନ ପାଲି ଗାଁର ସଞ୍ଜୁ ଜାଲ (୨୫ ବର୍ଷ) ବୋଲି ଜଣାପଡ଼ିଛି । ସେ ତାଙ୍କ ସ୍ୱାମୀ ସୁଭାଷ ଜାଲଙ୍କ ସହ ସଇନ୍ତଳା ବ୍ଲକ୍ ବୁଢ଼ାବାହାଲ ପଞ୍ଚାୟତ ମାୟାମୁଣ୍ଡା ଗାଁରେ ଏକ ବିବାହ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସୁଥିଲେ । ଦିନ ପ୍ରାୟ ୧୧ଟାରେ ସେମାନେ କନ୍ଧକେଲଗାଁ ଛକ ନିକଟରେ ପହଞ୍ଚିଥିବା ବେଳେ ହଠାତ୍ ସଞ୍ଜୁ ବାଇକରୁ ଖସି ପଡ଼ିଥିଲେ । ମନ୍ତ୍ରୀ ଶ୍ରୀମତୀ ସାହୁ ଦୁର୍ଘଟଣାଗ୍ରସ୍ତ ମହିଳାଙ୍କୁ ସଇନ୍ତଳା ଡାକ୍ତରଖାନା ଆଣିବା ପରେ ତୁରନ୍ତ ତାଙ୍କର ଚିକିତ୍ସା ବ୍ୟବସ୍ଥା କରାଯାଇଥିଲା । ଚିକିତ୍ସା ପରେ ସଞ୍ଜୁ ସୁସ୍ଥ ଥିବା ଡାକ୍ତରଖାନା ସୂତ୍ରରୁ ପ୍ରକାଶ ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook