ମୁଖ୍ୟ ଖବର
ନୂଆଦିଲ୍ଲୀ: ଦକ୍ଷିଣ କୋରିଆ କାର ନିର୍ମାତା କମ୍ପାନୀ ହୁ୍ୟଣ୍ଡାଇର ଟକସନ୍ ବେଶ ପରିଚିତ । ଆନ୍ତଃରାଷ୍ଟ୍ରିୟ ମାର୍କେଟରେ ଏହି କମ୍ପାନୀ ସବୁଠୁ ଅଧିକ କାର ବିକ୍ରି କରିବାରେ ରେକର୍ଡ ମଧ୍ୟ କରିଛି । ଫଳରେ ପୁଣିଥରେ ଗ୍ରାହକଙ୍କ ଲାଗି ଏହି କମ୍ପାନୀର ଟକସନ ନୂତନ ଆକର୍ଷିତ ଓ ଷ୍ଟାଇଲିସ ଢ଼ଙ୍ଗରେ ଫେରୁଛି । ହୁ୍ୟଣ୍ଡାଇ ଟକସନ ୨୦୨୨ର ପ୍ରଥମ ଲୁକ ଏବେ ସୋଶିଆଲ ମିଡ଼ିଆରେ । ସାନଦାର ଅବତରରେ କାରପ୍ରେମୀଙ୍କୁ ବେଶ ସୁହାଇବ ବୋଲି କମ୍ପାନୀ ପକ୍ଷରୁ ଆଶା ରହିଛି । ଏହାକୁ କୋରିୟନ ମାର୍କେଟରେ ପ୍ରବେଶ କରାଯାଇଛି । ଟକସନ୍ ହୁ୍ୟଣ୍ଡାଇର ଚତୁର୍ଥ ସଂସ୍କରଣ । ଏହା ପୂର୍ବ ଫିଚର ଠାରୁ ଭିନ୍ନ ରହିଛି । କମ୍ପାନୀ ତରଫରୁ ଏହି ଡିଜାଇନର ନାମ ପେରୋମାଟ୍ରିକ ଡାୟନାମିକ ଦିଆଯାଇଛି ।
Comments ସମସ୍ତ ମତାମତ