Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଟ୍ରମ୍ପଙ୍କୁ ଆଉ ଏକ ଝଟକା

    Share on :
    ajab-Image
    Date: Jan 13, 2021    Views: 4370

    ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଲଗାତାର ବ୍ୟାନ୍‌ କରାଯାଉଛି। ଟ୍ବିଟର ଏବଂ ଫେସବୁକ ପରେ ଅନ୍ୟତମ ଲୋକପ୍ରିୟ ସୋସିଆଲ ମିଡିଆ ସାଇଟ୍‌ ୟୁଟ୍ୟୁବ୍‌ ଟ୍ରମ୍ପଙ୍କ ଆକାଉଣ୍ଟ ସସ୍‌ପେଣ୍ଡ କରିବା ସହିତ ନିଜ ପ୍ଲାଟଫର୍ମରୁ ତାଙ୍କ ଭିଡିଓ ହଟାଇଛି।  ହିଂସାକାଣ୍ଡ ଘଟିବାର ଆଶଙ୍କା ଥିବା ଦର୍ଶାଇ ଅନ୍ୟୂନ ଗୋଟିଏ ସପ୍ତାହ ପର୍ୟ୍ୟନ୍ତ ‘ଗୁଗଲ୍‌’ର ‘ୟୁଟ୍ୟୁବ୍‌’ ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌ଙ୍କ ‘ଅଫିସିଆଲ୍‌ ଚାନେଲ୍‌’କୁ ବ୍ଲକ୍‌ ବା ଅବରୋଧ କରିଦେଇଛି।
    କମ୍ପାନି ଟୁଇଟ୍‌ କରି ଲେଖିଛି, ସମୀକ୍ଷା ପରେ ଭବିଷ୍ୟତରେ ହିଂସାକାଣ୍ଡ ଘଟିବା ଆଶଙ୍କା କରି ତଥା ଆମ ନିୟମ ଉଲ୍ଲଂଘନ କରିଥିବା କାରଣରୁ ଡୋନାଲ୍‌ଡ୍‌ ଜେ. ଟ୍ରମ୍ପ୍‌ଙ୍କ ଚାନେଲ୍‌ରେ ଅପ୍‌ଲୋଡ୍‌ ହୋଇଥିବା ନୂଆ ସୂଚନାସମ୍ବଳିତ ତଥ୍ୟାବଳି ଭିଡି ହଟାଇ ଦେଇଛୁ।
    ସିଧାସଳଖ ଆମେରିକୀୟଙ୍କ ସହ ଯୋଗାଯୋଗ କରିବାରେ ସହାୟତା କରୁଥିବା ରାଷ୍ଟ୍ରପତିଙ୍କର ପ୍ରାୟ ସମସ୍ତ ଅନ୍‌ଲାଇନ୍‌ ମେଗାଫୋନ୍‌ଗୁଡ଼ିକୁ ହଟାଇ ଦେବା ପରେ ସଦ୍ୟତମ କଟକଣା ଭାବେ ସାମାଜିକ ଗଣମାଧ୍ୟମ ପ୍ଲାଟ୍‌ଫର୍ମ ‘ଗୁଗଲ୍‌’ ଏହି ସଦ୍ୟତମ ପଦକ୍ଷେପ ଗ୍ରହଣ କରିଛି।
    ୨.୭୬ ନିୟୁତ ସବ୍‌ସ୍କ୍ରାଇବର୍‌ ଥିବା ଏହି ଚାନେଲ୍‌କୁ ଯଦି ହଟାଇ ଦିଆ ନ ଯାଏ ତେବେ ଦେଶବ୍ୟାପୀ ‘ୟୁଟ୍ୟୁବ୍‌’କୁ ବର୍ଜନ କରାଯିବ ବୋଲି ‘ସିଭିଲ୍‌ ରାଇଟ୍‌ସ୍‌ ଗ୍ରୁପ୍‌’ ଧମକ ଦେବା ପରେ କମ୍ପାନି ଏହି ପଦକ୍ଷେପ ଗ୍ରହଣ କରିଛି।

    Maximum 500 characters

    ଦେଶ ବିଦେଶ View all

    Find Us on Facebook