ମୁଖ୍ୟ ଖବର
ୱାଶିଂଟନ: ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନଙ୍କ ଆସନ୍ତା ୨୦ ତାରିଖ ଶପଥ ଗ୍ରହଣ ଉତ୍ସବରେ ବର୍ତ୍ତମାନର ଉପରାଷ୍ଟ୍ରପତି ମାଇକ ପେନ୍ସ ଯୋଗ ଦେବେ ବୋଲି ଏକାଧିକ ରିପୋର୍ଟରୁ ଜଣାଯାଇଛି । ଟ୍ରମ୍ପ ଓ ପେନ୍ସଙ୍କ ମଧ୍ୟରେ ସମ୍ପର୍କ ଗତ କ୍ୟାପିଟଲ ବିଲଡିଂ ହିଂସା ପରଠାରୁ ଖରାପ ହୋଇଛି । ଗନ ନଭେମ୍ବରରେ ଅନୁଷ୍ଠିତ ନିର୍ବାଚନରେ ବାଇଡେନ ବିଜୟୀ ହୋଇଥିବା ବିଷୟଗତ ଟ୍ରମ୍ପଙ୍କ ଅତ୍ୟନ୍ତ ଅନୁଗତ ଭାବେ ଜଣାଶୁଣା ପେନ୍ସ ଔପଚାରିକ ଭାବେ ଘୋଷଣା କରିଥିଲେ । ଏହା ପରେ ଟ୍ରମ୍ପ ଓ ପେନ୍ସଙ୍କ ସମ୍ପର୍କରେ ଭଟ୍ଟା ଆସିଛି । ଆମେରିକା ପ୍ରତିନିଧି ସଭାର ବାଚସ୍ପତି ନାନ୍ସି ପେଲୋସି ସତର୍କ କରାଇ ଦେଇଛନ୍ତି ଯେ ଯଦି ଟ୍ରମ୍ପ ଇସ୍ତଫା ନ ଦିଅନ୍ତି କିମ୍ବା ଉପରାଷ୍ଟ୍ରପତି ମାଇକ ପେନ୍ସ ଆମେରିକା ସମ୍ବିଧାନର ୨୫ତମ ସଂଶୋଧନ କ୍ଷମତାକୁ ଉପଯୋଗ କରି କ୍ୟାବିନେଟ କିମ୍ବା କଂଗ୍ରେସ କମିଟି ଦ୍ୱାରା ତାଙ୍କୁ ରାଷ୍ଟ୍ରପତି ପଦରୁ ନ ହଟାନ୍ତି ତା ହେଲେ ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆସିବ । ପେନ୍ସ ମଧ୍ୟ ଟ୍ରମ୍ପଙ୍କ ବିରୋଧରେ ତାଙ୍କର ଏହି ସ୍ୱତନ୍ତ୍ର କ୍ଷମତା ଉପଯୋଗ କରିବା ବିଷୟକୁ ଏଡାଇ ଦିଆଯାଇ ନପାରେ ।
Comments ସମସ୍ତ ମତାମତ