Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ମାଡି ଆସିଲା ପାଣି, ନଦୀରେ ବୁଡିଗଲା ୫ ହାଇୱା

    Share on :
    ajab-Image
    Date: May 23, 2020    Views: 4012

    ଯାଜପୁର : ନଦୀ ଘାଟକୁ ବାଲି ଉଠାଇବା ପାଇଁ ଯାଉଥିଲା ହାଇୱା । ଅଧାରାସ୍ଥାରେ ହଠାତ ନଦୀରେ ମାଡି ଆସିଲା ପାଣି ଆଉ ତାପରେ ନଦୀରେ ବୁଡିଗଲା ୫ ହାଇୱା । ଏପରି ଏକ ଘଟଣା ଘଟିଛି ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଲିଙ୍ଗେଶ୍ୱର ଘାଟରେ ।

    ସୂଚନାଅନୁସାରେ ଶନିବାର ସକାଳେ ଲିଙ୍ଗେଶ୍ୱର ଘାଟରେ ବାଲି ଉଠାଇବା ପାଇଁ ଗାଡିଗୁଡିକ ଯାଇଥିଲା । ହଠାତ୍‌ ଚେକ୍‌ପୋଷ୍ଟରୁ ପାଣି ଛଡ଼ାଯିବା ଫଳରେ ଗାଡ଼ି‌ ଗୁଡ଼ିକ ବୁଡ଼ି ଯାଇଥିଲା। ଏହାସହ ବାଲି ଲୋଡିଂ କରୁଥିବା ମେସିନ୍‌ ଗୁଡ଼ିକ‌ ମଧ୍ୟ ବୁଡ଼ି ଯାଇଛି। ସୌଭାଗ୍ୟବଶତଃ ଗାଡିର ଡ୍ରାଇଭର ଓ ହେଲପର ମାନେ ଜୀବନ ବିକଳରେ ଗାଡି ଗୁଡିକ ଛାଡି ଦୌଡ଼ି ବାହାରି ଆସିଥିଲେ ।

    ସୂଚନାଯୋଗ୍ୟ, ତେବେ ରଣପାଳ ବାଲିଘାଟକୁ ବ୍ୟାସନଗର ତହସିଲ ପକ୍ଷରୁ ନିଲାମ ଦିଆଯାଇଥିଲା ବେଳେ ଗେଟ ଖୋଲିବା ନେଇ ଘାଟ ନିଲାମ ଧାରୀଙ୍କୁ କୌଣସି ପୂର୍ବ ସୂଚନା ଦିଆଯାଇ ନଥିଲା। ଉପର ମୁଣ୍ଡରେ ପାଣି ଅଧିକ ହେବାରୁ ଆଜି ସକାଳେ ଆଖୁଆପଦା ଜଳ ସମ୍ପଦ ବିଭାଗ ପକ୍ଷରୁ ଗେଟ ଖୋଲି ଦିଆ ଯାଇଥିଲା। ଫଳରେ ଗତକାଲି ରାତିରୁ ବାଲି ପାଇଁ ରହିଥିବା ୫ଟି ହାଇଓ୍ଵା ଟ୍ରକ୍‌ ପାଣିରେ ଭାସି ଯାଇଥିଲା। ହଠାତ ପାଣି ମାଡି ଆସୁଥିବା ଦେଖି ୫ଜଣ ହାଇଓ୍ଵା ଚାଳକ ଓ ଖାଲସି ଭୟରେ ସେ ସ୍ଥାନ ଛାଡ଼ି ଚାଲି ଯାଇଥିଲେ। । ସୌଭାଗ୍ୟବଶତଃ ଏମାନଙ୍କ ଜୀବନ ଅଳ୍ପକେ ବର୍ତ୍ତି ଯାଇଥିଲା।
    ଏବେ ସୂଚନା ମିଳିବା ପରେ ଜଳ ସମ୍ପଦ ବିଭାଗ ଖୋଲିଥିବା ୪ଟି ଗେଟବନ୍ଦ କରିଥିଲେ ମଧ୍ୟ ପାଣି କମିବାକୁ ୭ଘଣ୍ଟା ସମୟ ଲାଗିବ ବୋଲି ପ୍ରକାଶ କରିଛନ୍ତି। ପାଣି କମିଲେ ଗାଡିଗୁଡିକୁ ଉଦ୍ଧାର କରାଯିବ ବୋଲି ପ୍ରଶାସନ ସୂଚନା ଦେଇଛି।
    ତେବେ ଏ ଅଞ୍ଚଳ ଯାଜପୁର ଓ ଭଦ୍ରକ ସୀମାନ୍ତ ଅଞ୍ଚଳ ତଥା ବର୍ତ୍ତମାନ ନିସିଦ୍ଧାଞ୍ଚଳ ଘୋଷଣା କରାଯାଇଛି। ଏହା ସତ୍ତ୍ୱେ ବି କାହାର ଅନୁମତିରେ ଏହି ୫ଟି ହାଇଓ୍ଵା ଚାଳକ ଲିଙ୍ଗେଶ୍ୱର ଘାଟକୁ ବାଲି ନେବାକୁ ଆସିଥିଲେ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook