ମୁଖ୍ୟ ଖବର
ଭୁବନେଶ୍ୱର: ଗୁରୁବାର ରାଜ୍ୟ ସରକାର ସଚିବସ୍ତରରେ ବଦଳି କରିଛନ୍ତି । ଏହି ପରିପ୍ରେକ୍ଷୀରେ କୃଷି ଉପôାଦନ କମିଶନର ପ୍ରଦୀପ୍ତ ମହାପାତ୍ରଙ୍କୁ ରାଜସ୍ୱ ବିଭାଗର ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି । ସେହିପରି ସ୍ୱାସ୍ଥ୍ୟବିଭାଗ ସଚିବଭାବେ ନିକୁଞ୍ଜ ବିହାରୀ ଧଳଙ୍କୁ ନିଯୁକ୍ତ କରାଯାଇଛି । ସ୍ୱାସ୍ଥ୍ୟ ସଚିବ ଥିବା ପ୍ରମୋଦ ମେହେର୍ଦ୍ଧାଙ୍କୁ ପରିବହନ ସଚିବଭାବେ ନିଯୁକ୍ତ କରାଯାଇଛି । ଏହାଛଡ଼ା ଶ୍ରୀ ମେହେର୍ଦ୍ଧାଙ୍କୁ କୃଷି ବିଭାଗ ସ୍ୱତନ୍ତ୍ର ସଚିବଭାବେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି ।
ସେହିପରି ଆଇପିଏସ ଅରୁଣ ବୋଥ୍ରାଙ୍କୁ ଓଏସଆରଟିସି ଏମଡିଭାବେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି । ସଂଯୋଜନା ବିଭାଗ ସଚିବଭାବେ ୟେଦୁଲା ବିଜୟଙ୍କୁ ନିଯୁକ୍ତ କରାଯାଇଛି । ସେହିପରି ରାଉରକେଲା ମହାନଗର କମିଶନରଭାବେ ଦିବ୍ୟଜ୍ୟୋତି ପରିଡ଼ାଙ୍କୁ ନିଯୁକ୍ତ କରାଯାଇଛି । ଶ୍ରୀ ପରିଡ଼ାଙ୍କୁ ରାଉରକେଲା ସ୍ମାର୍ଟସିଟି ସିଇଓ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି ।
କାହାକୁ କେଉଁ ଦାୟିତ୍ୱ:
ପ୍ରଦୀପ୍ତ କୁମାର ମହାପାତ୍ର- ରାଜସ୍ୱ ବିଭାଗର ଅତିରିକ୍ତ ଦାୟିତ୍ୱ
ନିକୁଞ୍ଜ ବିହାରୀ ଧଳ-ସ୍ୱାସ୍ଥ୍ୟ ସଚିବ
ଡ. ପ୍ରମୋଦ କୁମାର ମେହେର୍ଦ୍ଧା-ପରିବହନ ସଚିବ, କୃଷି ବିଭାଗ ସ୍ୱତନ୍ତ୍ର ସଚିବଭାବେ ଅତିରିକ୍ତ ଦାୟିତ୍ୱ
ଆଇପିଏସ ଅରୁଣ ବୋଥ୍ରା-ଓଏସଆରଟିସି ଏମଡିଭାବେ ଅତିରିକ୍ତ ଦାୟିତ୍ୱ
ୟେଦୁଲା ବିଜୟ- ଯୋଜନା ଓ ସଂଯୋଜନା ବିଭାଗ ସଚିବ
ଦିବ୍ୟଜ୍ୟୋତି ପରିଡ଼ା-ରାଉରକେଲା ମହାନଗର କମିଶନର, ରାଉରକେଲା ସ୍ମାର୍ଟସିଟି ସିଇଓଭାବେ ଅତିରିକ୍ତ ଦାୟିତ୍ୱ
Comments ସମସ୍ତ ମତାମତ