Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ‘ଶ୍ରମିକ ସ୍ପେଶାଲ’ ଟ୍ରେନରେ ଯାତ୍ରା କରିଛନ୍ତି ୨୩.୫ ଯାତ୍ରୀ

    Share on :
    ajab-Image
    Date: May 21, 2020    Views: 4187

    ନୂଆଦିଲ୍ଲୀ: ବିଭିନ୍ନ ସ୍ଥାନରେ ଫସି ରହିଥିବା ପ୍ରବାସୀ ଶ୍ରମିକ, ତୀର୍ଥଯାତ୍ରୀ, ପର୍ଯ୍ୟଟକ, ଛାତ୍ରଛାତ୍ରୀ ଏବଂ ଅନ୍ୟାନ୍ୟ ଅସହାୟମାନଙ୍କୁ ନିଜ ନିଜ ରାଜ୍ୟରେ ପହଞ୍ଚାଇବା ପାଇଁ ଗୃହମନ୍ତ୍ରଣାଳୟର ନିଦେ୍ର୍ଧଶ ପରେ, ଭାରତୀୟ ରେଳ ମେ’୧ ତାରିଖରୁ ‘ଶ୍ରମିକ ସ୍ପେଶାଲ’ ଟ୍ରେନ ଚଳାଇବାକୁ ନିଷ୍ପତ୍ତି ନେଇଥିଲା ।
    ଚଳିତ ମାସ ୨୦ ତାରିଖ ସୁଦ୍ଧା ଦେଶର ବିଭିନ୍ନ ରାଜ୍ୟରୁ ମୋଟ ୧୭୭୩ ‘ଶ୍ରମିକ ସ୍ପେଶାଲ’ ଟ୍ରେନ ଚଳାଚଳ କରିଛି । ଯାହା ଦ୍ୱାରା ୨୩.୫ ଲକ୍ଷରୁ ଅଧିକ ଯାତ୍ରୀ ନିଜ ନିଜ ରାଜ୍ୟରେ ପହଞ୍ଚି ପାରିଛନ୍ତି । ମେ’୧୯ ତାରିଖରେ ରେକର୍ଡ ସଂଖ୍ୟକ ସମୁଦାୟ ୨୦୫ଟି ‘ଶ୍ରମିକ ସ୍ପେଶାଲ’ ଟ୍ରେନ ଦେଶର ବିଭିନ୍ନ ରାଜ୍ୟରୁ ୨.୫ ଲକ୍ଷରୁ ଅଧିକ ଯାତ୍ରୀଙ୍କ ପରିବହନ କରିବାରେ ସକ୍ଷମ ହୋଇଛି ।
    ଏହି ୧୭୭୩ ଟ୍ରେନ ଆନ୍ଧ୍ରପ୍ରଦେଶ, ବିହାର, ଚଣ୍ଡିଗଡ଼, ଦିଲ୍ଲୀ, ଗୋଆ, ଗୁଜୁରାଟ, ହରିୟାଣା, ଜମ୍ମୁ-କାଶ୍ମୀର, ମହାରାଷ୍ଟ୍ର, ପୁଡୁଚେରୀ, ପଞ୍ଜାବ, ରାଜସ୍ଥାନ, ତାମିଲନାଡୁ, ତେଲେଙ୍ଗାନା, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଶ୍ଚିମବଙ୍ଗ ବିଭିନ୍ନ ରାଜ୍ୟରୁ ଏହାର ଯାତ୍ରା ଆରମ୍ଭ କରିଥିଲା । ଏଥିସହିତ ଏହି ‘ଶ୍ରମିକ ସ୍ପେଶାଲ’ ଟ୍ରେନ ଗୁଡ଼ିକ ଆନ୍ଧ୍ରପ୍ରଦେଶ, ଆସାମ, ବିହାର, ଛତିଶଗଡ଼, ଗୁଜୁରାଟ ହିମାଚଳ ପ୍ରଦେଶ, ଜମ୍ମୁ କାଶ୍ମୀର, ଝାଡ଼ଖଣ୍ଡ, କର୍ଣ୍ଣାଟକ, କେରଳ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ମଣିପୁର, ମିଜୋରାମ, ନାଗାଲାଣ୍ଡ, ଓଡ଼ିଶା, ରାଜସ୍ଥାନ, ତାମିଲନାଡ଼ୁ, ତେଲେଙ୍ଗାନା, ତି୍ରପୁରା, ଉତ୍ତରପ୍ରଦେଶ, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଶ୍ଚିମବଙ୍ଗ ରାଜ୍ୟଗୁଡ଼ିକରେ ଏହାର ଯାତ୍ରା ଶେଷ କରିଥିଲା । 
    ଟ୍ରେନରେ ଯାତ୍ରା କରିବା ପୂର୍ବରୁ ଯାତ୍ରୀମାନଙ୍କର ସଠିକ ସ୍କି୍ରନିଂ ସୁନିଶ୍ଚିତ କରାଯାଇଥିଲା ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook