Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଆରମ୍ଭ ହୋଇପାରୁ ନାହିଁ ଅନ୍‌ଲାଇନ୍‌ ରେଳ ଟିକେଟ୍‌ ବୁକିଂ

    Share on :
    ajab-Image
    Date: May 21, 2020    Views: 3569

    ଭୁବନେଶ୍ବର: ଜୁନ୍‌ ପହିଲାରୁ ଭାରତୀୟ ରେଳପଥ ପକ୍ଷରୁ ଦେଶର ବିଭିନ୍ନ ସ୍ଥାନକୁ ୨୦୦ ଯାତ୍ରୀବାହୀ ନନ୍‌-ଏସି ଟ୍ରେନ୍‌ ଚଳାଚଳ କରିବ। ଗୁରୁବାର(ମେ’ ୨୧)ରୁ କେବଳ ଅନ୍‌ଲାଇନ୍‌(ଆଇଆରସିଟିସି ୱେବସାଇଟ୍‌)ରେ ଟିକେଟ୍‌ ବୁକିଂ କରାଯାଇପାରିବ ବୋଲି ଗତକାଲି ସୂଚନା ଦିଆଯାଇଥିଲା । ହେଲେ ଟିକେଟ୍‌ ବୁକିଂରେ କେତେକ ସମସ୍ୟା ଦେଖା ଦେଇଥିବା ନେଇ ରେଳବାଇ ପକ୍ଷରୁ କୁହାଯାଇଛି। ଏଥିରେ ଅମ୍ଫାନ ବାତ୍ୟା ଯୋଗୁଁ କୋଲକାତାରେ ସମସ୍ୟା ହେତୁ ସମସ୍ତ ପୂର୍ବାଞ୍ଚଳ ଏବଂ ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ପାଇଁ ତଥ୍ୟ ମେଳ ଖାଇବାରେ ବିଳମ୍ବ ହୋଇଥିଲା ବୋଲି ଦର୍ଶାଯାଇଛି। ଏହି କାରଣରୁ ଟିକେଟ୍‌ ବୁକିଂ ଆରମ୍ଭ ହୋଇ ପାରୁ ନଥିବା ଜଣାଯାଇଛି।

    ଜୁନ୍‍ ପହିଲାରୁ ଭାରତୀୟ ରେଳପଥ ପକ୍ଷରୁ ଦେଶର ବିଭିନ୍ନ ସ୍ଥାନକୁ ୨୦୦ ଯାତ୍ରୀବାହୀ ନନ-ଏସି ଟ୍ରେନ୍‍ ଚଳାଚଳ କରିବ । ଏହି କ୍ରମରେ ପୂର୍ବତଟ ରେଳପଥ ମଧ୍ୟରେ ୧୨ ଯୋଡ଼ା ଟ୍ରେନ ଚଳାଚଳ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏଥିପାଇ ଗୁରୁବାର (ମେ’ ୨୧) ରୁ କେବଳ ଅନଲାଇନ (ଆଇଆରସିଟିସି ୱେବସାଇଟ୍‍) ରେ ଟିକେଟ୍‍ ବୁକିଂ କରାଯାଇପାରିବ । କୌଣସି ବି ଷ୍ଟେସନରେ ଟିକେଟ ବିକି୍ର ହେବ ନାହିଁ । ତେଣୁ ଯାତ୍ରୀମାନେ ଟିକେଟ କିଣିବା ପାଇଁ ଷ୍ଟେସନ ଆସିବାର ଆବଶ୍ୟକତା ନାହିଁ । ଟ୍ରେନ ଗୁଡ଼ିକର ସମୟ ଖୁବ ଶୀଘ୍ର ଘୋଷଣା କରାଯିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି ।

    ଲକଡାଉନ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହି ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରିବ । କିଛି ଟ୍ରେନ ଓଡ଼ିଶାକୁ ଛାଡ଼ିବାକୁ ଥିବା ବେଳେ ଆଉ କେତେକ ଟ୍ରେନ ପୂର୍ବତଟ ରେଳପଥ ପରିସୀମା ମଧ୍ୟ ଦେଇ ଚଳାଚଳ କରିବ । ଭୁବନେଶ୍ୱର-ମୁମ୍ବାଇ ମଧ୍ୟରେ କୋଣାର୍କ ଏକ୍ସପ୍ରେସ ଚାଲିବ । ଭୁବନେଶ୍ୱର ହାୱଡା ମଧ୍ୟରେ ଜନଶତାବ୍ଦି ଏକ୍ସ୍େରପସ, ପୁରୀ-ନୂଆଦିଲ୍ଲୀ ମଧ୍ୟରେ ପୁରୁଷୋତ୍ତମ ଏକ୍ସପ୍ରେସ, ପୁରୀ ସିଆଲଦା (କୋଲକତା) ମଧ୍ୟରେ ଦୂରନ୍ତୋ ଏକ୍ସପ୍ରେସ, ବିଶାଖାପାଟଣାରୁ ନୂଆଦିଲ୍ଲୀକୁ ଏପି ଏକ୍ସପ୍ରେସ, ସିକନ୍ଦରାବାଦ ବିଶାଖାପାଟଣା ଗୋଦାବରୀ ଏକ୍ସପ୍ରେସ ଚଳାଚଳ କରିବ । ଏହା ବ୍ୟତୀତ ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ହାୱଡା ସିକନ୍ଦରାବାଦ ଫାଲକନାମା ଏକ୍ସପ୍ରେସ, ଧାନବାଦ ଆଲପୁଝା ଏକ୍ସପ୍ରେସ ଓ ହାୱଡା ଯଶବନ୍ତପୁର ଦୂରନ୍ତୋ ଏକ୍ସପ୍ରେସ, ହାୱଡାରୁ ମୁମ୍ବାଇ, ହାୱଡାରୁ ଅହମ୍ମଦାବାଦ, ହାୱଡାରୁ ବଡ଼ବିଲ ସ୍ୱତନ୍ତ୍ର ଏକ୍ସପ୍ରେସ ଯାତାୟତ କରିବ । ଏହି ଟ୍ରେନର ଗତିପଥ ଓ ସମୟ ନେଇ ଖୁବଶୀଘ୍ର ଘୋଷଣା କରାଯିବ । ଆହୁରି କୁହାଯାଇଛି ଯେ ୩୦ ଦିନ ଆଗୁଆ ଟିକେଟ ବୁକିଂ କରାଯାଇପାରିବ । ଚୂଡାନ୍ତ ଯାତ୍ରୀ ତାଲିକା ପ୍ରସ୍ତୁତ ହେବା ପରେ ୱେଟଲିଷ୍ଟରେ ଥିବା ଯାତ୍ରୀମାନଙ୍କୁ ଚଢ଼ିବାକୁ ଅନୁମତି ନାହିଁ । ତକ୍ରାଳ ଟ୍ରେନ ଟିକେଟ ସୁବିଧା ନାହିଁ । ଟ୍ରେନ ଭଡ଼ା ସହ ଖାଇବା ପାଇଁ କୌଣସି ଶୁଳ୍କ ଆଦାୟ ହେବ ନାହିଁ । ଯାତ୍ରୀମାନେ ଆଇଆରସିଟିସିରୁ ସୀମିତ ଖାଦ୍ୟ ଓ ପାନୀୟ ବରାଦ କରିପାରିବେ । ନ ହେଲେ ଖାଦ୍ୟ ପାନୀୟ ନିଜେ ସାଙ୍ଗରେ ନେବେ । ଟ୍ରେନ ଭିତରେ ଉଚ୍ଚ ଶ୍ରେଣୀର ଯାତ୍ରୀଙ୍କୁ ଚାଦର ଓ କମ୍ବଳ ଦିଆଯିବ ନାହିଁ । ମାସ୍କ ପିନ୍ଧିବା, ଆରୋଗ୍ୟ ସେତୁ ଆପ ଡାଉନଲୋଡ କରିବା ବାଧ୍ୟତାମୂଳକ । ଟ୍ରେନ ଛାଡ଼ିବାର ୯୦ ମିନିଟ ପୂର୍ବରୁ ଯାତ୍ରୀମାନେ ଷ୍ଟେସନରେ ପହଞ୍ଚିବେ ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook