ମୁଖ୍ୟ ଖବର
ଭୁବନେଶ୍ୱର : ନୂଆ ବର୍ଷ ଠାରୁ ପୁଣି ମୋଟର ଯାନ ଆଇନ କଡ଼ାକଡ଼ି ଭାବେ ପାଳନ କରାଯାଉଛି । ନିୟମ ଉଲ୍ଳଂଘନକାରୀଙ୍କ ବିରୋଧରେ ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ବିନା ରେଜିଷ୍ଟ୍ରେସନରେ ଗାଡ଼ି ଆଣି ରାୟଗଡ଼ାରେ ଟ୍ରାଫିକ ନିୟମ ଉଲ୍ଳଂଘନ କରିଥିବା ଜଣେ ଯୁବକଙ୍କୁ ୧ ଲକ୍ଷ ୧୩ ହଜାର ୫ ଶହ ଟଙ୍କାର ଜରିମାନାରେ ଦଣ୍ଡିତ କରାଯାଇଛି ।
ମିଳିଥିବା ସୂଚନା ଅନୁଯାୟୀ, ସହରର ଡିଆଇବି ଛକରେ ବୁଧବାର ଯାଂଚ କରାଯାଉଥିଲା । ବାଇକରେ ବୁଲି ଡ୍ରମ ବ୍ୟବସାୟ କରୁଥିବା ମଧ୍ୟପ୍ରଦେଶ ଅମରପୁରର ପ୍ରକାଶନ ବନଜାରାକୁ ପୁଲିସ ଧରିଥିଲା । ପ୍ରକାଶ ହେଲମେଟ ପିନ୍ଧିନଥିବାବେଳେ ସେ ଯେଉଁ ଗାଡ଼ି ଚଳାଉଥିଲେ ତାହାର ରେଜିଷ୍ଟ୍ରେସନ ନମ୍ବର ନଥିଲା । ପ୍ରକାଶ ବାଇକକୁ ମଧ୍ୟପ୍ରଦେଶରୁ କିଣିବା ପରେ ରେଜିଷ୍ଟ୍ରେସନ ନକରି ରାୟଗଡ଼ା ନେଇ ଏଠାରେ ବ୍ୟବସାୟ କରୁଥିଲେ । ପରିବହନ ବିଭାଗର ଯାଂଚରେ ଏହା ଧରାପଡ଼ିବା ପରେ ବିନା ପଞ୍ଜିକରଣରେ ଗାଡ଼ି ଚଲାଇବା, ଡ୍ରାଇଭିଂ ଲାଇସେନ୍ସ ଓ ବୀମା ନଥିବା ଓ ହେଲମେଟ ପିନ୍ଧି ନଥିବା କାରଣ ଦର୍ଶାଇ ୧ ଲକ୍ଷ ୧୩ ହଜାର ୫୦୦ ଟଙ୍କାର ଜରିମାନା କରାଯାଇଛି ।
Comments ସମସ୍ତ ମତାମତ