Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ସରକାରଙ୍କ ସହ ଆଲୋଚନା କରିବ ଟିକଟକ

    Share on :
    ajab-Image
    Date: Jun 30, 2020    Views: 3366

    ନୂଆଦିଲ୍ଲୀ : ଲୋକପ୍ରି୍ରୟ ଭିଡ଼ିଓ ସେୟାରିଂ ଆପ ଟିକଟକ ସମେତ ୫୯ ଆପକୁ କେନ୍ଦ୍ର ସରକାର ବ୍ୟାନ କରିଦେଇଛନ୍ତି  । ଏମିତିକି ଗୁଗୁଲ ପ୍ଲେ ଷ୍ଟୋର ଓ ଆପଲ ପ୍ଲେ ଷ୍ଟୋରରୁ ମଧ୍ୟ ଏହା ହଟିଯାଇଛି  । ଯାହାକି ଚାଇନିଜ ଆପ କମ୍ପାନୀଙ୍କ ନିଦ ହଜାଇ ଦେଇଛି  । ଏହି ସବୁ ଆପଗୁଡ଼ିକ ମଧ୍ୟରୁ ଟିକଟକ ସବୁଠାରୁ ଲୋକପ୍ରିୟ ହୋଇଥିବାବେଳେ ଏହାର କୋଟି କୋଟି ଡଲାରର ରାଜସ୍ୱ ହାନି ହେବା ନିଶ୍ଚିତ ହୋଇଯାଇଛି  । ତେବେ ଟିକଟକ ପକ୍ଷରୁ ସରକାରଙ୍କ ସହ ଆଲୋଚନା କରାଯିବ ବୋଲି ଏହାର ଭାରତ ମୁଖ୍ୟ ନିଖିଲ ଗାନ୍ଧୀ ସୂଚନା ଦେଇଛନ୍ତି  । 

    କେନ୍ଦ୍ର ସରକାର କି କି ନିଦେ୍ର୍ଧଶ ଦେଇଛନ୍ତି ତାହା ଆଧାରରେ ଆଲୋଚନା କରିବା ପାଇଁ ଟିକଟକ ପ୍ରସ୍ତୁତ ହେଉଛି  । ସୁରକ୍ଷା ଦୃଷ୍ଟିକୋଣରୁ ଏଭଳି ନିଷ୍ପତି ନିଆଯାଇଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି  । ତେବେ ଟିକଟକ ପକ୍ଷରୁ କୌଣସି ତଥ୍ୟ କୌଣସି ବିଦେଶୀ ରାଷ୍ଟ୍ର ଏମିତିକି ଚାଇନାକୁ ମଧ୍ୟ ଦିଆଯାଏନାହିଁ ବୋଲି ନିଖିଲ କହିଛନ୍ତି  । କେନ୍ଦ୍ର ସରକାରଙ୍କ ପକ୍ଷରୁ ମଧ୍ୟ ଆଲୋଚନା ପାଇଁ ଡାକରା ଆସିଛି  । ଆଲୋଚନା ବେଳେ ସେମାନେ ତଥ୍ୟ ଓ ସ୍ପଷ୍ଟୀକରଣ ପ୍ରଦାନ କରିବେ  । 

    Maximum 500 characters

    ତାଜା ଖବର View all

    Find Us on Facebook