Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ତିନି ପ୍ରଯୋଜକଙ୍କ ‘ଟିକେ ଲଭ ଟିକେ ଟ୍ୱିଷ୍ଟ’

    Share on :
    ajab-Image
    Date: Feb 7, 2020    Views: 2833

    ଓଲିଉଡ଼ର ଥ୍ରୀଷ୍ଟାର ଯେବେଠୁ ପ୍ରଯୋଜନା ଭାର ଗ୍ରହଣ କରିଛନ୍ତି ସେବେଠୁ ତାଙ୍କ ଭିତରେ ଟିକେ ଲଭ ଟିକେ ଟ୍ୱିଷ୍ଟ ଦେଖିବାକୁ ମିଳିଛି । ପ୍ରଥମ ଥର ନିମନ୍ତେ ଓଲିଉଡର ତିନି ନାୟକ ପ୍ରଯୋଜକ ସାଜି ଏକ ଓଡ଼ିଆ ଚଳଚ୍ଚିତ୍ର ପ୍ରଯୋଜନା କରିଛନ୍ତି । ଅଭିନେତା ସମରେଶ ରାଉତରାୟ, ଦୁର୍ଗାଶଙ୍କର ଦାଶ ଓରଫ ବୁଲୁ ଓ ସମ୍ବିତ ଆଚାର୍ଯ୍ୟ ନିଜ ନିଜ ପ୍ରଡକ୍ସନ ହାଉସ ସହ ଓଡ଼ିଆ ସିନେମା ନିର୍ମାଣରେ ପାଦ ଦେଇଛନ୍ତି । ସମରେଶ ରାଉତରାୟଙ୍କ ‘ଏସ ୩ ମୁ୍ୟଜିକ’ ସମ୍ବିତଙ୍କ ଲାବଣ୍ୟ ପିକଚର୍ସ’ ଏବଂ ବୁଲୁଙ୍କ ‘ଡିକେଏଫ’ ମିଶି ଓଡ଼ିଆ ଚଳଚ୍ଚିତ୍ର ‘ଟିକେ ଲଭ ଟିକେ ଟ୍ୱିଷ୍ଟ ନିର୍ମାଣ କରିଛନ୍ତି । ଏହାର ନିଦେ୍ର୍ଧଶନା ଦେଇଛନ୍ତି ଏସକେ ମୁରଲୀଧରନ । ସଙ୍ଗୀତରେ ଗୀତଗୁଡ଼ିକୁ ପ୍ରେମ ଆନନ୍ଦ ସଜାଇଥିବା ବେଳେ କ୍ୟାମେରା ପରିଚାଳନା କରିଛନ୍ତି ଆର.ଭଗତ ସିଂ । ସଂଳାପ ଲେଖିଛନ୍ତି ଡ.ରଜନୀ ରଞ୍ଜନ ଓ ସମ୍ପାଦନା କରିଛନ୍ତି ମାନସ କୁମାର ସାହୁ । ଚଳଚ୍ଚିତ୍ରର ମୁଖ୍ୟ ନାୟକ ଓ ନାୟିକାୟ ଚରିତ୍ରରେ ସମ୍ବିତ ଆଚାର୍ଯ୍ୟ ଓ ପୁନମ ମିଶ୍ର ଅଭିନୟ କରିଛନ୍ତି । ଅନ୍ୟତମ ପ୍ରମୁଖ ଭୂମିକାରେ ପି୍ରୟଙ୍କା, ମିହିର ଦାସ ଓ ସମରେଶ ରହିଛନ୍ତି । ନିକଟରେ ଫିଲ୍ମର ଟିଜର ରିଲିଜ ହୋଇଥିବା ବେଳେ ଏବେ ସମସ୍ତଙ୍କ ନଜର ଫିଲ୍ମ ରିଲିଜ ଉପରେ ରହିଛି । ଯେହେତୁ ତିନି ଜଣଙ୍କ ମିତିଳ ଉଦ୍ୟମରେ ଏହା ପ୍ରଥମ ପ୍ରଯୋଜିତ ସିନେମା ତେଣୁ ଉତ୍ସାହ ଅଧିକ ରହିଛି । ଏହି ସିନେମା ବ୍ୟତୀତ ତାଙ୍କର ଏକ ଏକ ସିନେମା ‘ଆୱାର ଦିଲ’ ମଧ୍ୟ ଏହି ବ୍ୟାନରରେ ଘୋଷଣା ହୋଇଥିଲା । ବୋଧହୁଏ ତାହା ପରେ ଆସିବ । ସେଥିରେ ବି ଏହି ନାୟକ ନାୟିକା ଅଛନ୍ତି ।

    Maximum 500 characters

    ବିଶେଷ View all

    Find Us on Facebook