Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ସ୍ୱାସ୍ଥ୍ୟବିଜ୍ଞାନ

ମୁଖ୍ୟ ଖବର

    ଏହି ଉପାୟ ଆପଣାଇ ଥାଇରଏଡ୍ ସମସ୍ୟାରୁ ପାଆନ୍ତୁ ମୁକ୍ତି

    Share on :
    ajab-Image
    Date: Sep 7, 2020    Views: 3481

    ଥାଇରଏଡ୍ ଏକ ଧନୁ ଆକାରର ଗ୍ରନ୍ଥି ଯାହା ଥାଇରଏଡ୍ ଥିବା ରୋଗୀଙ୍କ ଗଳାରେ ବଢିଥାଏ । ବିଶେଷଜ୍ଞଙ୍କ କହିବାନୁସାର ଥାଇରଏଡ୍ ହେଉଛି ଏକ ସାଧାରଣ ରୋଗ । ଯାହାର ସମ୍ଭାବନା ଆମ ଜୀବନରେ ତିନି ପ୍ରତିଶତ ପର୍ୟ୍ୟନ୍ତ ରହିଥାଏ । ତେବେ ଆସନ୍ତୁ ଆଜି ଏଭଳି କିଛି ଟିପ୍ସ ଜାଣିବା ଯାହାଦ୍ୱାରା ଆପଣ ଏହି ରୋଗରୁ ନିଜକୁ ବଚାଂଇବାରେ ସକ୍ଷମ ହୋଇପାରିବେ ।

    ସନ୍ତୁଳିତ ଆହାର : ସନ୍ତୁଳିତ ଆହାର ଖାଇବା ଥାଇରଏଡ୍ ପାଇଁ ସବୁଠାରୁ ଅଧିକ ଜରୁାରୀ । ଅନ୍ତ ଖରାପ ହେଲେ ଥାଇରଏଡ୍ ଭଳି ସମସ୍ୟା ଦେଖାଯାଇଥାଏ । ଏଭଳି ସମସ୍ୟାକୁ ରୋକିବା ପାଇଁ ସନ୍ତୁଳିତ ଆହାର ଖାଇବା ନିତାନ୍ତ ଆବଶ୍ୟକ । ପ୍ରତିଦିନ ଖାଦ୍ୟରେ ୪ ରୁ ୫ ପ୍ରକାର ପରିବା ଏବଂ ଫଳ ସାମିଲ କରନ୍ତୁ । ଅଧିକ ତେଲ ଏବଂ ମସାଲାଯୁକ୍ତ ତଥା ଫାଷ୍ଟଫୁଡ୍ ଭଳି ଖାଦ୍ୟରୁ ଦୂରେଇ ରୁହନ୍ତୁ । ଯେଉଁ ଖାଦ୍ୟରେ ଚିନି,ଖାଦ୍ୟ ରଙ୍ଗ,କୃତ୍ରିମ ସ୍ୱାଦ ଏଭଳି ଖାଦ୍ୟକୁ ଖାଆନ୍ତୁ ନାହିଁ । ଏହାସହ ଚିନିସୀରାରେ ପ୍ରସ୍ତୁତ ମିଠେଇ ଖାଇବାରୁ ମଧ୍ୟ ଦୂରେଇ ରୁହନ୍ତୁ ।

    ଓଜନ କମାନ୍ତୁ : ଏହି ରୋଗର ମୁଖ୍ୟ କାରଣ ହେଉଛି ଓଜନ ବଢିବା । ତେଣୁ ସୁସ୍ଥ ଶରୀର ପାଇଁ ମୋଟାପଣରୁ ଦୁରେଇ ରୁହନ୍ତୁ । ଏହାସହ ଆୟୋଡିନ୍ କମ୍ କାରଣରୁ ମଧ୍ୟ ଏହି ସମସ୍ୟା ଦେଖାଯାଏ । ବୟସ ବଢିବା ସହ ମହିଳାଙ୍କ ମଧ୍ୟରେ ଏହି ସମସ୍ୟା ଖୁବ୍ ସାଧାରଣ । ସାମୁଦ୍ରିକ ଖାଦ୍ୟ,ହାଇବ୍ରିଡ୍ ପରିବା ଏବଂ ଆୟୋଡିନ୍ ଥିବା ଖାଦ୍ୟ ସେବନ କରନ୍ତୁ ।

    Maximum 500 characters

    ସ୍ୱାସ୍ଥ୍ୟବିଜ୍ଞାନ View all

    Find Us on Facebook