Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ପୁଲିସକୁ କହିଲେ ତୁମ ଚାକିରି ଖାଇଯିବି

    Share on :
    ajab-Image
    Date: Nov 21, 2020    Views: 2849

    ଭୂବନେଶ୍ୱର - ଅପରାହ୍ନ ୨ଟା ବେଳର ଘଟଣା । ବ୍ୟକ୍ତି ଜଣକ ୟୁନିଟ ୧ ହାଟରୁ ପରିବା କିଣି ରଙ୍ଗ ସାଇଡରେ ଯାଉଥିଲେ । ସେଠାରେ ଚେକିଙ୍ଗ କରୁଥିବା ଟ୍ରାଫିକ ପୁଲିସ ଅଟକାଇ ଜରିମାନା ମାଗିଲା ।ବାସ ଏତିକି କଥାରେ ବାବୁଙ୍କ ମୁଣ୍ଡକୁ ପିତ୍ତ ଚଢିଗଲା । ଟ୍ରାଫିକ ପୁଲିସକୁ ରାଗିପାଚି   କହିଲେ ,ମୁଁ ସଚିବାଳୟ କର୍ମଚାରୀ । କହିଲେ ମନ୍ତ୍ରୀ ନେତାଙ୍କ ସହ ମୋର ନିତି ବସାଉଠା । ମୋ ଗାଡି ଛାଡିଦିଅ କହୁଛି ନହେଲେ ଗୋଟିଏ ଫୋନରେ ତୁମ ଚାକିରି ଖାଇଯିବି । ଏମିତି ଧମକ ମିଳିଥିଲା କର୍ତ୍ତବ୍ୟରତ ଜଣେ ଟ୍ରାଫିକ ପୁଲିସଙ୍କୁ । ଧମକ ଦେଇଥିଲେ ଜଣେ  ଆଇନ ଭାଙ୍ଗିଥିବା ବ୍ୟକ୍ତି ।ରାଜମହଲ ଛକରେ ଜଣେ ଟ୍ରାଫିକ ସବଇନିସ୍ପେକ୍ଟର   ଓ ୨ ଟ୍ରାଫିକ କନଷ୍ଟବଳଙ୍କ ସହ ଦିର୍ଘ ଅଧଘଣ୍ଟାର ଯୁକ୍ତି କରିଥିଲେ ବ୍ୟକ୍ତି ଜଣକ । ସେ ସଚିବାଳୟର ପରିଚୟପତ୍ର ପକାଇଥିଲେ । ସେ ଚଳାଉଥିବା ବାଇକ ଜରିଆରେ ତାଙ୍କ ଘରକୁ ଇ ଚାଲାଣ ପଠାଯାଇଥିଲା ।

     

    Maximum 500 characters

    ବିଶେଷ View all

    Find Us on Facebook