Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଅନ୍ଧାଧୂନ ଗୁଳି କଲା ଆତଙ୍କୀ, ସିସିଟିଭିରେ କଏଦ

    Share on :
    ajab-Image
    Date: Feb 19, 2021    Views: 4365

    ଶ୍ରୀନଗର: ଶ୍ରୀନଗରରେ ପୁଲିସ କ୍ୟାମ୍ପ ଉପରେ ଆତଙ୍କୀ ହମଲା ହୋଇଛି । ଜଣେ ଆତଙ୍କବାଦୀ ଆସି ସର୍ବସମ୍ମୁଖରେ ଗୁଳି ଚଳାଇଛି । ଯାହାର ପୁରା ଦୃଶ୍ୟ ସିସିଟିଭିରେ କଏଦ ହୋଇଛି ।   ଦେହରେ ଚାଦର ଘୋଡ଼ାଇ ଆସିଥିବା ଆତଙ୍କବାଦୀ ଅନ୍ଧାଧୂନ ଗୁଳି ଚଳାଇଥିଲା ।  ହଠାତ ଚାଦର ଖୋଲି ଏକେ୪୭ ରାଇଫଲରୁ ଆତଙ୍କବାଦୀ ଜଣକ ଗୁଳି ଚଳାଇଥିଲା ।  ଗୁଳିମାଡ଼ରେ ୨ ପୁଲିସ କର୍ମଚାରୀ ଗୁରୁତର ଆହତ ହୋଇଥିବା ଜଣାଯାଇଛି ।  ୩ ସେକେଣ୍ଡ ମଧ୍ୟରେ ଗୁଳି କରି ଆତଙ୍କବାଦୀ ଜଣକ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା ।  ଶ୍ରୀନଗରର ବଘତ ବର୍ଜୁଲାରେ ଏହି ଘଟଣା ଘଟିଛି ।  ଏଭଳି ଆତଙ୍କୀ ହମଲା ସିସିଟିଭିରେ କଏଦ ହୋଇଛି ।  ସମ୍ପୃକ୍ତ ଅଞ୍ଚଳରେ ଏବେ ସର୍ଚ୍ଚ ଅପରେଶନ କରାଯାଉଛି। ତେବେ ଏହି ମାମଲାରେ ପୋଲିସ ଜଣେ ସନ୍ଦିଗ୍ଧକୁ ଗିରଫ କରିଛି। ଏହା ପୂର୍ବରୁ ଆଜି ସକାଳେ ଦୁଇଟି ଭିନ୍ନଭିନ୍ନ ସ୍ଥାନରେ ସୋପିଆନ ଓ ବଡଗାମରେ ହୋଇଥିବା ଏନକାଉଣ୍ଟରରେ ସେନା ଗୁଳିରେ ୩ ଜଣ ଆତଙ୍କବାଦୀ ସଫା ହୋଇଥିଲେ। ଏହି ଅପରେସନରେ ଜଣେ ଯବାନ ଶହୀଦ ହୋଇଥିବା ବେଳେ ଜଣେ ଯବାନ ଆହତ ହୋଇଥିଲେ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook