Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ଆପଣଙ୍କ ଦାନ୍ତକୁ ଖରାପ କରିପାରେ ଏହି ଜିନିଷ

    Share on :
    ajab-Image
    Date: Mar 4, 2021    Views: 2499

    ଚମକପ୍ରଦ ଦାନ୍ତ ପାଇଁ ସମସ୍ତଙ୍କର ଇଚ୍ଛା ଥାଏ । କେବେ କେବେ ଆମେ ଏମିତି କିଛି ଖାଇ ଦେଇଥାଉ , ଯେଉଁଥି ପାଇଁ ଆମର ଦାନ୍ତରେ ଦାଗ ପଡ଼ିଯାଏ ଏବଂ ଦାନ୍ତ ଖରାପ ଦେଖାଯାଏ । ଆସନ୍ତୁ ଜାଣିବା ଖାଦ୍ୟ ପେୟର କେଉଁ ଜିନିଷ ଆମର ଦାନ୍ତର ସୁନ୍ଦରତା ବିଗିଡ଼ିବାର କାମ କରିଥାଏ ଏବଂ କୁଆଡେ ଯିବା ପୂର୍ବରୁ ଏହି ଖାଦ୍ୟରୁ ଦୂରେଇ ରୁହନ୍ତୁ।

    ଚା – ଚା ପିଇବା ସମସ୍ତଙ୍କୁ ଭଲ ଲାଗିଥାଏ , କିନ୍ତୁ ଦାନ୍ତ ପାଇ ଚା ଭଲ ନୁହେଁ ବୋଲି କୁହାଯାଇଥାଏ । ଚା ଦାନ୍ତରେ ଅଧିକ ପ୍ରଭାବ ପକାଇ ଥାଏ । ଚା ଦାନ୍ତର ବାହାର ପରସ୍ତ ଇନେମଲକୁ କ୍ଷତି ପହଞ୍ଚାଇଥାଏ , ଯେଉଁଥିରେ ଏହି ଦୁର୍ବଳତା ହେବା ସହ ହଳଦିଆ ପଡିଥାଏ ।
    କ୍ୟାଣ୍ଡିଜ୍‌ – ଯଦି ଆପଣଙ୍କର ମିଠା ଖାଇବା ସଉକ ଥାଏ ଏବଂ ଆପଣ ସବୁବେଳେ କ୍ୟାଣ୍ଡିଜ୍‌ ଖାଉଥାନ୍ତି ତ ଏହା ଆପଣଙ୍କର ଦାନ୍ତ ପାଇଁ ଭଲ ନୁହେଁ । ଏହା ଆପଣଙ୍କର ଜିଭର ରଙ୍ଗ ପରିବର୍ତ୍ତନ କରିବା ସହ ଦାନ୍ତ ଉପରେ ମଧ୍ୟ ଦାଗ ଛାଡ଼ି ଦେଇଥାଏ । ଯଦି ଆପଣ ଅଧିକ କ୍ୟାଣ୍ଡିଜ୍‌ ଖାଉଥାନ୍ତି ତ ଏହାର ମାତ୍ରା ସୀମିତ କରି ଦିଅନ୍ତୁ ।

    ଏନର୍ଜି ଡ୍ରିଙ୍କ୍‌ – ଏସିଡ୍‌ ଥିବା ଫୁଡ୍‌ ଓ ଡ୍ରିଙ୍କ୍‌ ମଧ୍ୟ ଦାନ୍ତକୁ ଖରାପ କରିଥାଏ । ଏନର୍ଜି ଡ୍ରିଙ୍କ୍ସ ମଧ୍ୟ ଦାନ୍ତର ବାହାର ପରସ୍ତକୁ ଖରାପ କରିଥାଏ । ଭଲ ହେବ କି ଆପଣ ୱାର୍କଆଉଟ୍‌ ସମୟରେ ଏନର୍ଜି  ଡ୍ରିଙ୍କସ ସ୍ଥାନରେ ପାଣି ପିଅନ୍ତୁ।

    ଫଳ ଓ ବେରୀ – କିଛି ଖାସ୍‌ ଫଳ ଓ ବେରୀ ମଧ୍ୟ ଦାନ୍ତର ସୁନ୍ଦରତାକୁ ବିଗାଡ଼ି ଦେଇଥାଏ । ବ୍ଲୁବେରୀ, ବ୍ଲାକବେରୀ , ଚେରୀ ଓ ଅନେକ ଫଳ ଦାନ୍ତ ଉପରେ ନିଜର ଦାଗ ଛାଡ଼ି ଦେଇଥାନ୍ତି । ଭଲ ହେବ ଏହାର ଜୁସ୍‌ ପିଅନ୍ତୁ ବା ଏହାକୁ ଛୋଟ ଛୋଟ ଖଣ୍ଡ କରି ଖାଆନ୍ତୁ ।  

    ସସ୍‌ – ସସ୍‌ ଖାଇବାରେ ବହୁତ ସ୍ୱାଦିଷ୍ଟ ଲାଗିଥାଏ , କିନ୍ତୁ ଗଭୀର ରଙ୍ଗ ଭଳି ସୋୟା ସସ୍‌ ଓ ଟମାଟୋ ସସ୍‌ ଦାନ୍ତଗୁଡ଼ିକୁ ଖରାପ କରିପାରେ । ଦାନ୍ତକୁ ରକ୍ଷା କରିବା ପାଇଁ ଭଲ ହେବ କି ଆପଣ ହାଲକା ରଙ୍ଗର ଓ କ୍ରିମି ସସ୍‌ ଖାଆନ୍ତୁ । ଖାଇବା ତୁରନ୍ତ ପରେ ବ୍ରସ୍‌ ଓ କୁଳି କରନ୍ତୁ ।

    କାର୍ବୋନେଟେଡ୍‌ ଡ୍ରିଙ୍କ୍ସ – ସୋଡ଼ା , କୋଲା ଓ ଅନ୍ୟ ସଫ୍ଟ ଡ୍ରିଙ୍କସ ଦାନ୍ତ ପାଇଁ କ୍ଷତିକାରକ ଅଟେ । ଏହି କାର୍ବୋନେଟେଡ୍‌  ଡ୍ରିକ୍ସରେ ମିଳୁଥିବା କେମିକଲ ଦାନ୍ତର ଏନେମଲକୁ ଖରାପ  କରିଦିଏ ଏବଂ ଦାନ୍ତରେ ହଳିଦିଆ ପଡ଼ିବା ସହ , ଦୁର୍ବଳ ନଜର ଆସେ ।

    ଖାଇବା ପରେ ବ୍ରସ୍‌ କରନ୍ତୁ -–ଦାଗ ପକାଉଥିବା ଫୁଡ୍‌ ଆଇଟମ ବା ଡ୍ରିଙ୍କସ ପିଇବା ପରେ କୁଳି କରି ନିଅନ୍ତୁ । ଏଥିରେ ଦାନ୍ତରେ ଦାଗ ପଡ଼େନାହିଁ । ଯଦି ଆପଣ କିଛି ଏସିଡ୍‌ ଥିବା ଜିନିଷ  ଖାଇଛନ୍ତି , ଏହାପରେ ଦାନ୍ତର ଇନେମଲକୁ କ୍ଷତି କରିପାରେ , ତ ତୁରନ୍ତ ଖାଇବାର ୩୦ ମିନିଟ୍ ପରେ ବ୍ରସ୍‌ କରି ନିଅନ୍ତୁ।

    ଡ୍ରିଙ୍କିଂ ଷ୍ଟ୍ରର ବ୍ୟବହାର କରନ୍ତୁ –  ସୋଡ଼ା , ଜୁସ୍‌ ଓ ଆଇସ୍‌ ଟି ଭଳି  ଦାଗ ଛାଡ଼ିବା ଡ୍ରିଙ୍କସକୁ ଷ୍ଟ୍ରରୁ ପିଅନ୍ତୁ । ଏଥିରେ ଲିକ୍ୱିଡ୍‌ ବିନା ଆପଣଙ୍କର ଦାନ୍ତକୁ ଛୁଇଁ ପାଟି ଭିତରକୁ ଯିବ ଏବଂ ଏହାକୁ କୌଣସି କ୍ଷତି ପହଞ୍ଚିବ ନାହିଁ ।

     ଦାଗ ପକାଉଥିବା  ଫୁଡ୍‌ ଆଇଟମ ଓ ଡ୍ରିଙ୍କସକୁ ମୁହଁରେ ନରଖନ୍ତୁ ଏବଂ ଏହାକୁ ଶୀଘ୍ର-ଶୀଘ୍ର ବାହାରକୁ ବାହାରି କରିଦିଅନ୍ତୁ । ଏଥିରେ ଦାନ୍ତରେ ଦାଗ ହେବନାହିଁ । ଖାଦ୍ୟକୁ  ଚୋବାଇ ଚୋବାଇ ଖାଇବା ସ୍ୱାସ୍ଥ୍ୟ ପାଇଁ ଭଲ ।

    Maximum 500 characters

    ବିଶେଷ View all

    Find Us on Facebook