Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଅଜବ

ମୁଖ୍ୟ ଖବର

    ଦାନ୍ତର ଲମ୍ବ ୩.୭୨ ସେମି

    Share on :
    ajab-Image
    Date: Nov 3, 2019    Views: 64

    କ୍ରୋଏସିଆର ୪୮ ବର୍ଷୀୟ ମିଜୋ ଭୋଡୋପିଜା ନାମକ ଜଣେ ବ୍ୟକ୍ତିିଙ୍କ ଦାନ୍ତ ବିଶ୍ୱର ସବୁଠାରୁ ଲମ୍ବା ଦାନ୍ତ ଭାବେ ଗିନିଜ ବୁକ୍ ଅଫ ଦ ୱାର୍ଲଡ ରେକର୍ଡରେ ସାମିଲ ହୋଇଛି । ତାଙ୍କ ଦାନ୍ତ ଲମ୍ବ ୧.୪୬ ଇଞ୍ଜ ବା ୩.୭୨ ସେଣ୍ଟିମିଟର । ସବୁଠୁ ଲମ୍ବା ଦାନ୍ତ ପାଇଁ ପୂର୍ବରୁ ଗିନିଜ ରେକର୍ଡରେ ସାମିଲ ହୋଇଥିବା ଜଣେ ଭାରତୀୟଙ୍କ ଦାନ୍ତଠାରୁ ଏହା ଅଧ ମିଲିମିଟର ଅଧିକ ଲମ୍ବା । ଏତେ ଲମ୍ବା ଦାନ୍ତ ପାଇଁ ମିଜୋ ଖୁବ କଷ୍ଟ ପାଉଥିଲେ । ତାଙ୍କ ପାଟି ମଧ୍ୟ ଫୁଲିଥିଲା ବାରମ୍ବାର ଅତିଶୟ ଦାନ୍ତ ଯନ୍ତ୍ରଣା ଅଭିଯୋଗ ପରେ ଗତ ସେପ୍ଟେମ୍ବରରେ ଜର୍ମାନୀଠାରେ ଏକ ଘରୋଈ ଡାକ୍ତରଖାନାରେ ଦନ୍ତ ଚିକିତ୍ସକ ମ୍ୟାକ୍ସ ଲୁକାସ ଅସ୍ତ୍ରୋପଚାର କରି ମିଜୋଙ୍କ ଦାନ୍ତ  ବାହାର କରିଛନ୍ତି । ଏକ୍ସ-ରେ ପରେ ଏତେ ଲମ୍ବା ଦାନ୍ତ ବିଷୟରେ ଜାଣି ଡାକ୍ତର ଏହାକୁ ଅନ୍ଧବିଶ୍ୱାସ ବୋଲି କହିଛନ୍ତି । ଗିନିଜ ବୁକ୍ ପକ୍ଷରୁ ମିଜୋଙ୍କୁ ସବୁଠୁ ଲମ୍ବା ଦାନ୍ତର ଅଧିକାରୀ ଭାବେ ପ୍ରମାଣ ପତ୍ର ମିଳିଛି ।

     

    Maximum 500 characters

    ଅଜବ View all

    Find Us on Facebook