Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଟିମ ଇଣ୍ଡିଆର ଆଉ ଏକ ସଫଳତା, ଜାଣନ୍ତୁ କ’ଣ

    Share on :
    ajab-Image
    Date: Feb 26, 2021    Views: 4583

    ଅହମ୍ମଦାବାଦ: ତୃତୀୟ ଟେଷ୍ଟକୁ ୧୦ ୱିକେଟ୍‌ରେ ଜିତି ଭାରତ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନ୍‌ସିପ୍‌ ପଏଣ୍ଟ ତାଲିକାର ଶୀର୍ଷକୁ ଉନ୍ନୀତ ହୋଇଛି । ଭାରତ ମୋଟ୍‌ ୩୯୦ ପଏଣ୍ଟ ଅକ୍ତିଆର କରିସାରିଛି । ନିୟମ ଅନୁଯାୟୀ ହାରାହାରି ପଏଣ୍ଟରେ ଶ୍ରେଷ୍ଠ ୨ ଦଳ ଫାଇନାଲ୍‌ ଖେଳିବେ । ଭାରତ ୭୧.୦ ପ୍ରତିଶତ ପଏଣ୍ଟ ହାସଲ କରି ତାଲିକାର ପ୍ରଥମ ସ୍ଥାନ ଅଧିକାର କରିଛି । ନ୍ୟୁଜିଲାଣ୍ଡ ୭୦.୦ପ୍ରତିଶତ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ରହିଥିବାବେଳେ ଅଷ୍ଟ୍ରେଲିଆ ୬୯.୨ପ୍ରତିଶତ ପଏଣ୍ଟ ସହ ତୃତୀୟ ସ୍ଥାନକୁ ଉଠିଛି । ତୃତୀୟ ଟେଷ୍ଟ ପରାଜିତ ହେବା ଫଳରେ ଇଂଲଣ୍ଡ ୬୪.୧ ପ୍ରତିଶତ ପଏଣ୍ଟ ସହ ଚତୁର୍ଥ ସ୍ଥାନକୁ ଖସି ଫାଇନାଲ୍‌ ଦୌଡରୁ ବାଦ ପଡ଼ିଛି ।

    ମାର୍ଚ୍ଚ ୪ରୁ ଚତୁର୍ଥ ଟେଷ୍ଟ ଆରମ୍ଭ ହେବ । ଭାରତକୁ ଟେଷ୍ଟ ଚାମ୍ପିଅନ୍‌ସିପ୍‌ ଫାଇନାଲ୍‌ରେ ପ୍ରବେଶ କରିବାକୁ ହେଲେ ଅନ୍ତତଃ ପକ୍ଷେ ଚତୁର୍ଥ ଟେଷ୍ଟ ଡ୍ର’ ରଖିବାକୁ ପଡ଼ିବ । ଭାରତ ୨-୧ କିମ୍ବା ୩-୧ରେ ଟେଷ୍ଟ ସିରିଜ ଜିତିଲେ ଫାଇନାଲକୁ ଯୋଗ୍ୟତା ଅର୍ଜନ କରିବ । ଇଂଲଣ୍ଡ ଚତୁର୍ଥ ଟେଷ୍ଟ ଜିତିଲେ ଭାରତର ଫାଇନାଲ୍‌ ସ୍ୱପ୍ନ ଧୂଳିସାତ ହୋଇଯିବ । ଅଷ୍ଟ୍ରେଲିଆ ଦ୍ୱିତୀୟ ଦଳ ଭାବେ ଫାଇନାଲକୁ ଯୋଗ୍ୟତା ଅର୍ଜନ କରିବ ।

    Maximum 500 characters

    ଖେଳ ଖବର View all

    Find Us on Facebook