Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ପୁଣି ତାଲିମ ନେବେ ଶିକ୍ଷକ, କାହିଁକି ଜାଣନ୍ତୁ

    Share on :
    ajab-Image
    Date: Aug 2, 2020    Views: 3650

    ଭୁବନେଶ୍ୱର: କରୋନା ମହାମାରୀ ସମୟରେ ଶିକ୍ଷକମାନଙ୍କୁ ତାଲିମ ଦିଆଯିବ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବର୍ତ୍ତମାନ ସୁଦ୍ଧା ସ୍କୁଲ ବନ୍ଦ ରହିଛି । ସ୍କୁଲ ବନ୍ଦ  ଥିଲେ ବି ଅନଲାଇନ ଯୋଗେ ପାଠ ପଢା ହେଉଛି । ତେବେ ଅନଲାଇନରେ ଶିକ୍ଷାଦାନ ପାଇଁ ଶିକ୍ଷକମାନେ ତାଲିମ ନେବେ ।   ସେମାନେ ଅନଲାଇନରେ ପଢିବେ ଓ ପଢାଇବେ । ୧୦୧ଟି ଉକ୍ରର୍ଷ ବିଦ୍ୟାଳୟରୁ ୨ ଜଣ ଲେଖାଏଁ ଶିକ୍ଷକ ତାଲିମ ନେବେ ।  ଏହାଛଡ଼ା ୩୦ଟି ଯୁକ୍ତ ୨ କଲେଜ ଓ ଶିକ୍ଷକ ଶିକ୍ଷା କଲେଜର ଶିକ୍ଷକମାନେ ମଧ୍ୟ ତାଲିମ ନେବେ ।  ଆସନ୍ତା ୪ରୁ ୫ଦିନ ପାଇଁ  ଶିକ୍ଷକମାନଙ୍କୁ ୨ ଘଣ୍ଟିଆ ତାଲିମ ଦିଆଯିବ ।  କରୋନାରେ କିପରିଭାବେ ଅନଲାଇନ ଶିକ୍ଷାଦାନ ହେବ ସେନେଇ ଶିକ୍ଷକମାନଙ୍କୁ ତାଲିମ ଦିଆଯିବ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି । 

    Maximum 500 characters

    ତାଜା ଖବର View all

    Find Us on Facebook