Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଅର୍ଥନୀତି

ମୁଖ୍ୟ ଖବର

    ୫୦ ଲକ୍ଷ ଟଙ୍କାରୁ ଊଦ୍ଧ୍ୱର୍ ଆୟ କରୁଛନ୍ତି ୧% ଟିକସଦାତା

    Share on :
    ajab-Image
    Date: Aug 14, 2020    Views: 3057

    ନୂଆଦିଲ୍ଲୀ: ଆୟକର ଏବଂ ଟିକସଦାତାଙ୍କୁ ନେଇ ସରକାର ୫ ବର୍ଷର ତଥ୍ୟ ଉନ୍ମୋଚନ କରିଛନ୍ତି । ଏଥିରୁ ଜଣାଯାଇଛି ଯେ ଦେଶର ମାତ୍ର ୧% ଟିକସଦାତା ୫୦ ଲକ୍ଷ ଟଙ୍କାରୁ ଊଦ୍ଧ୍ୱର୍ ଆୟ କରୁଛନ୍ତି । ଅନ୍ୟ ପକ୍ଷରେ ବର୍ଷକୁ ଅଢେ଼ଇ ଲକ୍ଷରୁ କମ୍‍ ଆୟ କରୁଥିବା ଲୋକଙ୍କ ସଂଖ୍ୟା ୫୭% । ରିପୋର୍ଟରୁ ଜଣାଯାଇଛି, ୧.୫ କୋଟି ଭାରତୀୟ ଆୟ କରି ପୈଠ କରୁଛନ୍ତି । ଦେଶର ମୋଟ ଜନସଂଖ୍ୟାର ଏହା ୧% ରୁ ସାମାନ୍ୟ ଅଧିକ । ଦେଶର ପ୍ରାୟ ବୟସ୍କ (୨୦ ବର୍ଷରୁ ଅଧିକ) ଜନସଂଖ୍ୟାର ଏହା ୧.୬%  । ହଜାର ହଜାର ବ୍ୟବସାୟୀ ଏବଂ ବେତନଭୋଗୀଙ୍କୁ ଆୟ କର ବିଭାଗ ପ୍ରତିବର୍ଷ ଟିକସ ନୋଟିସ ପଠାଇଥାଏ । ନୋଟିସର ଅର୍ଥ ନୁହେଁ ଯେ ବ୍ୟକ୍ତି ଜଣକ ଦୋଷୀ । ଏହା ଆୟକର ବିଭାଗ ଦ୍ୱାରା ଏକ ରୁଟିନ ଚେକଅପ । ଗତ ୫ ବର୍ଷରେ ଏ ସଂଖ୍ୟାରେ ବଡ଼ ଧରଣର ହ୍ରାସ ଘଟିଛି । ୨୦୧୫-୧୬ରେ ୦.୭୧% ଟିକସଦାତାଙ୍କୁ ଯାଞ୍ଚ କରାଯାଇଥିବା ବେଳେ ୨୦୧୮-୧୯ ରେ ଏହା ୦.୨୫%କୁ ହ୍ରାସ ପାଇଛି । ସରକାରଙ୍କ ସଂସ୍କାରମୂଳକ ପଦକ୍ଷେପ ଦ୍ୱାରା ଏହା ସମ୍ଭବ ହୋଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରକାଶ କରିଛନ୍ତି ।

    Maximum 500 characters

    ଅର୍ଥନୀତି View all

    Find Us on Facebook